ହାତୀ ଦେହରେ ଲାଗିଲା ୩୦ ସାଲାଇନ୍

Advertisment
ହାତୀ ଦେହରେ ଲାଗିଲା ୩୦ ସାଲାଇନ୍

ବନ୍ତଳା/ପାଇକସାହି: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକ ଅସୁସ୍ଥ ମାଈ ହାତୀକୁ ଠାବ କରାଯାଇଛି। ହାତୀର ବୟସ ପ୍ରାୟ ୨୫ବର୍ଷ ହେବ। ଗତକାଲି ବନ ବିଭାଗ କର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଜିଲିଣ୍ଡା ରେଞ୍ଜରେ ଦୁଇଟି ମା’ ଓ ଛୁଆ ହାତୀକୁ ଠାବ କରିଥିଲେ। ମା’ ହାତୀଟି ମାଟି ଉପରେ ଶୋଇ ରହିଥିଲା। ଏକୁଟିଆ ଠିଆ ହୋଇ ପାରୁ ନ ଥିଲା। ଛୁଆ ହାତୀଟି ପାଖରେ ଠିଆ ହୋଇଥିଲା।

ଘଟଣାସ୍ଥଳରେ ମାଈ ହାତୀର ଚିକିତ୍ସା ଆରମ୍ଭ କରାଯାଇଛି। ୩୦ଟି ସାଲାଇନ୍ ସହିତ ଭିଟାମିନ୍ ଆଦି ଦିଆଯାଇଛି ବୋଲି ସାତକୋଶିଆ ଡିଏଫଓ ରାମସ୍ୱାମୀ. ପି କହିଛନ୍ତି। ତଥାପି ହାତୀର ଅବସ୍ଥାରେ ସୁଧାର ଆସି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe