ବଅଁରପାଳରେ ହାତୀମାନଙ୍କ ଦୌରାତ୍ମ୍ୟ: ଘର ଭାଙ୍ଗିବା ସହ ଧାନଚାଉଳ ଖାଇଲେ

Advertisment
ବଅଁରପାଳରେ ହାତୀମାନଙ୍କ ଦୌରାତ୍ମ୍ୟ: ଘର ଭାଙ୍ଗିବା ସହ ଧାନଚାଉଳ ଖାଇଲେ

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତରେ ହାତୀମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ରାତି ପ୍ରାୟ ଗୋଟାଏ ସମୟରେ ହାତୀମାନେ ଗାଁ ଭିତରକୁ ପଶିଥିଲେ। ପ୍ରଥମେ ହାତୀଗୁଡ଼ିକ ଲୋକଙ୍କୁ ଆତଙ୍କିତ କରିଥିଲେ। ଏହାପରେ ସେମାନେ ଘର ଭାଙ୍ଗିଥିଲେ। ଗଡ଼ସନ୍ତ୍ରୀ ଗ୍ରାମର ବୈକୁଣ୍ଠ ମାଝୀ, ଶିଖର ମାଝୀ, ବିନ ମାଝୀ, ସୁଶାନ୍ତ ମାଝୀ, ନବିନା ସାହୁ, ବାହୁ ମାଝୀ ଓ ପାଣ୍ଡବ ନାଏକଙ୍କ ଘର ଭାଙ୍ଗିଥିଲେ।

ଘରେ ଥିବା ଧାନଚାଉଳ ଖାଇବା ସହ ଘର ଭିତରୁ ଭାତ ଡେକଚି ଟେକି ଆଣିଥିଲେ। ଏତିକିରେ ମନ ମାନି ନଥିଲା ଯେ ଧାନ ଫସଲ ମଧ୍ୟ ନଷ୍ଟ କରିଥିଲେ। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ଯାଇଥିଲେ। ହାତୀଗୁଡ଼ିକ ଧୀରେ ଧୀରେ ଗାଁ ମୁଁହା ହେଉଥିବାରୁ ଲୋକମାନେ ରାତିରେ ଶୋଇ ପାରୁନାହାଁନ୍ତି। ତୁରନ୍ତ ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ସହ କ୍ଷତି କରିଥିବା ସମ୍ପତ୍ତି ଭରଣା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe