ହାତୀ ଆକ୍ରମଣରେ ଚାଷୀଙ୍କ ପ୍ରାଣଗଲା

ଜଙ୍ଗଲର ଜଳାଶୟ ଶୁଖିଲା: ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢ଼ିଲା

International Fund for Animal Welfare

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ରେଞ୍ଜ ପରା ଗ୍ରାମର ପଣସତଇଳା ନିକଟରେ ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ୭ ଟାରେ ପରା ଗ୍ରାମର ସୋମନାଥ ସାହୁ(୪୩) ତାଙ୍କର ପଣସତଇଳା ନିକଟରେ ଥିବା ବାଇଗଣ ବଗିଚାକୁ ଯାଇଥିଲେ। ସେଠାରେ ଏକ ଦନ୍ତାହାତୀର ଆକ୍ରମଣରେ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ।
ଖବରପାଇ ସରପଞ୍ଚ ଶ୍ରୀକାନ୍ତ ପ୍ରଧାନ, ଜରପଡ଼ା ରେଞ୍ଜର ସତ୍ୟବ୍ରତ ପ୍ରଧାନ ସଦଳବଳେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଦନ୍ତା ସେହି ଅଞ୍ଚଳରେ ଗତ ୧୫ ଦିନ ହେବ ରହି ଫସଲ ନଷ୍ଟ କରିବା, ଲୋକଙ୍କୁ ଗୋଡ଼େଇବା ସହିତ ଆତଙ୍କ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe