ସର୍ଟସର୍କିଟ ଯୋଗୁଁ ଜଳିଗଲା ଦୁଇ ହାର୍ଡୱେର ଦୋକନ ଘର: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସର୍ଟସର୍କିଟ ଯୋଗୁଁ ଜଳିଗଲା ଦୁଇ ହାର୍ଡୱେର ଦୋକନ ଘର: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ନାଲକୋ ନଗର: ଅନୁଗୁଳ ଜିଲ୍ଲାର ନାଲକୋନଗର ଥାନା ଅନ୍ତର୍ଗତ କୃଷକ ବଜାର ସମ୍ମୁଖରେ ଥିବା ୨ଟି ହାର୍ଡୱେର ଦୋକନ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର  ଭୋର ୪ଟା ସମୟରେ ସର୍ଟସର୍କିଟ ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ତତ୍ତ୍ବାବଧାନରେ ଏହି  ଅଗ୍ନିକାଣ୍ଡକୁ ସମ୍ପୂର୍ଣ୍ଣଭାବେ ଦୁଇଟି ହାର୍ଡୱେର ଦୋକାନ ନିଆଁକୁ ଆୟତ୍ତ କରିଥିଲେ।

ଗୋଟିଏ ହେଉଛି ଶିବ ହାର୍ଡୱେର୍ ଏବଂ ଅନ୍ୟଟି ହେଉଛି ସାଇ ବାବା ହାର୍ଡୱେର୍। ବୈଦୁତିକ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀ ସୁକାନ୍ତ ନାଥ ଓ ସୁବୋଧ ପ୍ରଧାନ ପ୍ରକାଶ କରିଛନ୍ତି। ଦୁଇଟି ହାର୍ଡୱେର୍ ଦୋକାନର ମାଲିକ ହେଉଛନ୍ତି ରବୀନ୍ଦ୍ର ନାୟକ ଏବଂ ଚନ୍ଦ୍ରମଣି ନାୟକ। ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ରବୀନ୍ଦ୍ର ନାୟକ ଓ ଚନ୍ଦ୍ରମଣି ନାୟକ ପ୍ରକାଶ କରିଛନ୍ତି। ଉକ୍ତ ଦୋକାନରେ ରଙ୍ଗ, ତାରପିନ ଥିବା ଯୋଗୁଁ  କମ ସମୟରେ ନିଆଁ ଦୋକାନକୁ ବ୍ୟାପି ଯାଇଥିଲା। ଯାହା ଫଳରେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। କିଛି ମାସ ପୂର୍ବରୁ ପାଖରେ ଥିବା ଏକ ସାନିଟାରି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe