କାର୍‌ ଭିତରେ ସଂଘବଦ୍ଧ ଆକ୍ରମଣ

Advertisment
କାର୍‌ ଭିତରେ ସଂଘବଦ୍ଧ ଆକ୍ରମଣ

ଅନୁଗୁଳ : ଅନୁଗୁଳ ବଜାରପଡ଼ା ବାସିନ୍ଦା ସନ୍ତୋଷ ମୋଦିଙ୍କ ପୁଅ ସୌରଭ ମୋଦିଙ୍କୁ ଆଜି ସକାଳେ ଦୁର୍ବୃତ୍ତମାନେ କାର୍‌ ଭିତରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ଖଣ୍ଡା, ଛୁରି ଆକ୍ରମଣରେ ଶ୍ରୀ ମୋଦିଙ୍କ ଶରୀରର ୩୦ରୁ ଅଧିକ ସ୍ଥାନରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-imageପରିବାର ଲୋକଙ୍କ କହିବା ଅନୁସାରେ, ଶ୍ରୀ ମୋଦି ଆଜି ସକାଳ ପ୍ରାୟ ୭ଟା ବେଳେ ନିଜ ଝିଅକୁ ସ୍କୁଲରେ ଛାଡ଼ିବା ପାଇଁ କୁଇଓ-ଜାମୁନାଳୀ ରାସ୍ତାରେ କାର୍‌ ଯୋଗେ ଯାଇଥିଲେ। ଫେରିବା ସମୟରେ ୫/୬ ଜଣ ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରି ସେଠାରୁ ପଳାଇଥିଲେ। ବହୁକଷ୍ଟରେ ଶ୍ରୀ ମୋଦି କାର୍‌ ଚଳାଇ ଫେରିବା ପରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଛନ୍ତି।

ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଦୁର୍ବୃତ୍ତମାନଙ୍କୁ ପୁଲିସ ଧରି ପାରିନାହିଁ। ଏହାର ପ୍ରତିବାଦରେ ଶ୍ରୀ ମୋଦିଙ୍କ ପରିବାର ଲୋକେ ଥାନା ପରିସରରେ ଧାରଣା ଦେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe