ବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, ଯୁବକ ଗିରଫ

Advertisment
ବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, ଯୁବକ ଗିରଫ

ଭାପୁର: ଜଣେ ୧୧ବର୍ଷର ନାବାଳକ ସହିତ ଅପ୍ରାକୃତିକ ଯୌନକ୍ରିୟା କରିବା ଅଭିଯୋଗରେ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ପୁଲିସ ଅଉଖମା ଗାଁର ଯୁବକ ରାମଚନ୍ଦ୍ର ସାହୁଙ୍କୁ(୪୭) ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ରାମଚନ୍ଦ୍ର ସମ୍ପୃକ୍ତ ନାବାଳକଙ୍କୁ ପ୍ରଲୋଭିତ କରି ଗତକାଲି ଘରକୁ ଡାକି ନେଇଥିଲେ। କବାଟ ବନ୍ଦ କରି ଏଭଳି ଘୃଣ୍ୟ କାମ କରୁଥିବା ବେଳେ ନାବାଳକଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ନାବାଳକଙ୍କ ମା ଭାପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe