ଘର ମାଲିକଙ୍କ କାରନାମା:ସେଲ୍‌ ଟ୍ୟାକ୍ସ ଅଫିସ୍‌ କାଗଜପତ୍ର ଫୋପାଡ଼ିଦେଲେ

Advertisment

ଉପଜିଲ୍ଲାପାଳ ଅଫିସ୍‌ରେ ସାଇତିଲେ

ଉପଜିଲ୍ଲାପାଳ ଅଫିସ୍‌ରେ ସାଇତିଲେ

ଘର ମାଲିକଙ୍କ କାରନାମା:ସେଲ୍‌ ଟ୍ୟାକ୍ସ ଅଫିସ୍‌ କାଗଜପତ୍ର ଫୋପାଡ଼ିଦେଲେ

ତାଳଚେର: ତାଳଚେର ଚମ୍ପାପଶି ରୋଡ଼ର ଏକ ଭଡ଼ାଘରେ ପୂର୍ବରୁ ବାଣିଜ୍ୟ କର କାଯ୍ୟର୍ାଳୟ ଚାଲୁଥଲା। ଏହି କାଯ୍ୟର୍ାଳୟ ଅନୁଗୁଳକୁ ସ୍ଥାନାନ୍ତର ନେଇ ବିବାଦ ଆରମ୍ଭ ହେବାରୁ ତୁରନ୍ତ ଘର ଖାଲି କରିବାକୁ ଘର ମାଲିକ ନୋଟିସ ଦେଇଥିଲେ। ବାରମ୍ବାର ନୋଟିସ ସତ୍ତ୍ୱେ ବିଭାଗ ପକ୍ଷରୁ ଘର ଛଡ଼ାନଯିବାରୁ ଆଜି ଘର ମାଲିକ ସମସ୍ତ ଫାଇଲ ଓ ଆସବାବପତ୍ରକୁ ଘରୁ ବାହାର କରିଦେଇଥିଲେ। ସଂଭାବ୍ୟ ଆଇନ ପରିସ୍ଥିତି ଆଶଙ୍କାରେ ଉପଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରି ପ୍ରାୟ ୬୦ କ୍ୱିଣ୍ଟାଲ ଓଜନର ସମସ୍ତ ଫାଇଲକୁ ଉପଜିଲ୍ଲାପାଳଙ୍କ କାଯ୍ୟର୍ାଳୟକୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣା ତାଳଚେରରେ ଚର୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ତାଳଚେର ଟାଉନର ଆର୍ତ୍ତତ୍ରାଣ ଦାସଙ୍କ ଚମ୍ପାପଶି ରୋଡରେ ଥିବା ଘରକୁ ଭଡ଼ା ନିଆଯାଇ ବାଣିଜ୍ୟ କର କାଯ୍ୟର୍ାଳୟ ଖୋଲାଯାଇଥିଲା। ଘରଟି ଖାଲୁଆ ସ୍ଥାନରେ ଥିବାରୁ ରାସ୍ତା ପାଣି ଘର ଭିତରକୁ ମାଡୁଥିଲା।

ପ୍ରତିକାର ପାଇଁ ହରିୟାନାରୁ କୁଶଳୀ କାରିଗର ମଗାଇ ହୋଇଡ୍ରୋଲିକ ଜ୍ୟାକ ବ୍ୟବହାର କରି ଘରକୁ ସଂପୂର୍ଣ୍ଣ ଭାବେ ୬ ଫୁଟ ଉଚ୍ଚତାକୁ ବଢ଼ାଇବାକୁ ଘର ମାଲିକ ଶ୍ରୀ ଦାସ ଯୋଜନା କରିଥିଲେ। ଇତି ମଧ୍ୟରେ ବାଣିଜ୍ୟ କର କାଯ୍ୟର୍ାଳୟ ଅନୁଗୁଳକୁ ସ୍ଥାନାନ୍ତର ନେଇ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାକୁ ତାଳଚେରବାସୀ ବିରୋଧ କରି କାଯ୍ୟର୍ାଳୟରେ ତାଲା ପକାଇ ଦେଇଥିଲେ। ସେହିଦିନଠାରୁ ଏହି କାଯ୍ୟର୍ାଳୟକୁ କୌଣସି ଅଧିକାରୀ ଆସୁନଥିଲେ। ଘର ମରାମତି ପାଇଁ ସମସ୍ୟା ହେବାରୁ ଘର ମାଲିକ ବାରମ୍ବାର ବିଭାଗ ନିକଟରେ ଘର ଖାଲି କରିବାକୁ ନୋଟିସ ଦେଇ ଚାଲିଥିଲେ। ଜୁଲାଇ ୧୧ ସୁଦ୍ଧା ଘର ଖାଲି କରାନଗଲେ ସେ ଜବରଦସ୍ତ ଜିନିଷପତ୍ର ବାହାର କରିଦେବେ ବୋଲି ଚେତାବନୀ ଦେଇଥିଲେ। ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନ ଯିବାରୁ ବାଧ୍ୟ ହୋଇ ଆଜି ସକାଳେ ଘର ମାଲିକ ଫାଇଲ ସମେତ ଆସବାବପତ୍ର ଘରୁ ବାହାର କରି ଦେଇଥିଲେ। ତାଳଚେର ସିଟିଓ ପ୍ରମୋଦ କୁମାର ସାହୁ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏ ସଂପର୍କରେ ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଅବଗତ କରିଥିଲେ। ଫାଇଲ ଅନୁଗୁଳ ସ୍ଥାନାନ୍ତର ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିି ଉପୁଜିବ ବୋଲି ପୂର୍ବରୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଥିଲେ। ସମସ୍ତ ଫାଇଲ୍‌ ତାଙ୍କ କାଯ୍ୟର୍ାଳୟକୁ ସ୍ଥାନାନ୍ତର ପାଇଁ ଉପଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦେଶ ଦେଇଥିଲେ। ୧୦ ଜଣ ଶ୍ରମିକ ଏକ ମିନି ଟ୍ରକ୍‌ରେ ସମସ୍ତ ଫାଇଲ ଓ ଆସବାବପତ୍ର ଉପଜିଲ୍ଲାପାଳଙ୍କ କାଯ୍ୟର୍ାଳୟକୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣା ତାଳଚେରରେ ଆଲୋଚ୍ୟର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe