ଇଓଙ୍କ ସମେତ ୫ କର୍ମଚାରୀଙ୍କ ନାଁରେ ପାଲଟା ମାମଲା:ଦୋକାନୀଙ୍କୁ ଜରିମାନା ଓ ମାଡ଼ପିଟ୍‌ ମାମଲା

Advertisment
ଇଓଙ୍କ ସମେତ ୫ କର୍ମଚାରୀଙ୍କ ନାଁରେ ପାଲଟା ମାମଲା:ଦୋକାନୀଙ୍କୁ ଜରିମାନା ଓ ମାଡ଼ପିଟ୍‌ ମାମଲା

ଅନୁଗୁଳ: ରାଜରାସ୍ତା ଉପରେ ଜବରଦଖଲକାରୀ ଦୋକାନୀଙ୍କଠାରୁ ଜରିମାନା ଆଦାୟ ବେଳେ ଆକ୍ରମଣ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଘଟଣାର ଦୁଇ ମାସ ପରେ ପୌର ପରିଷଦର ନିର୍ବାହୀ ଅଧିିକାରୀ ଶୁଭେନ୍ଦୁ ଜେନାଙ୍କ ସମେତ ଅନ୍ୟ ୪ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ଆଦେଶକ୍ରମେ ଅଲେଖ ସାହୁଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଛି। ଗତ ୧୩ ମେ ୨୦୧୯ ସନ୍ଧ୍ୟା ୭ଟା ୨୫ରେ ଅଲେଖ ତାଙ୍କ ଭାଇ ବିଚିତ୍ର ସାହୁଙ୍କ ଦୋକାନରେ ଥିବା ବେ‌େଳ ଶୁଭେନ୍ଦୁ ଜେନା ଓ ତାଙ୍କ କର୍ମଚାରୀମାନେ ସେଠାକୁ ଆସି ରାସ୍ତା ଉପରେ ଏକ କୁଲର ରଖିଥିବାରୁ ୧ ହଜାରେ ଟଙ୍କା ଜରିମାନା କରିଥିଲେ। ଅନ୍ୟ ଦୋକାନଗୁୁଡ଼ିକର ଜିନିଷପତ୍ର ରାସ୍ତା ଉପରେ ଥିବା ‌ବେଳେ ସେମାନଙ୍କୁ କାହିଁକି ଜରିମାନା କରାଗଲା ନାହିଁ ବୋଲି ସେ ପଚାରିବାରୁ ତାଙ୍କୁ ଗାଳିଗୁଲଜ ତଥା ମାଡ଼ପିଟ କରିଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଏସ୍‌ଡ‌ିଜେଏମ୍ କୋର୍ଟର ଆଦେଶ ବଳ‌ରେ ଶ୍ରୀ ସାହୁଙ୍କ ଅଭିଯୋଗ ଆଧାରରେ ଗତ ଜୁଲାଇ ୭ ତାରିଖ ଦିନ ଅନୁଗୁଳ ଥାନା ପୁଲିସ ନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କ ସହିତ ଚିତ୍ତରଂଜନ ପ୍ରଧାନ, ଅଟଳ ବିହାରୀ ଦେବତା, ପ୍ରଶାନ୍ତ ଷଡ଼ଂଗୀ, ଯୁଧିଷ୍ଠିର ବେହେରାଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ, ଘଟଣା ଦିନ ଅଲେଖ ସାହୁ ଗାଳିଗୁଲଜ ସହିତ ଆକ୍ରମଣ କରିଥିବା ନେଇ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଲେଖଙ୍କ ବିରୋଧରେ ସେତେବେଳେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe