ନାଲ୍‌କୋ କୋଠାରେ ‘ବିଉଟିପାର୍ଲର’:ହଟାଇଲେ ବ୍ୟାନର୍‌; ଚାଲିଲା ତଦନ୍ତ

ନାଲ୍‌କୋ କୋଠାରେ ‘ବିଉଟିପାର୍ଲର’:ହଟାଇଲେ ବ୍ୟାନର୍‌; ଚାଲିଲା ତଦନ୍ତ

ନାଲ୍‌କୋନଗର: ନାଲ୍‌କୋ କୋଠାରେ ରୂପଚର୍ଯ୍ୟା ବେପାର। କ୍ୱାର୍ଟର ଅଗଣାରେ ଖୁଲମ୍‌ଖୋଲା ‘ବିଉଟି ପାର୍ଲର’ ମେଲି ମାଲେମାଲ୍‌ ହେଉଛନ୍ତି ଗୃହିଣୀ। କ୍ୱାର୍ଟରରେ ଏଭଳି ବେଆଇନ୍‌ କାରବାରର ଚିତ୍ର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ନାଲ୍‌କୋନଗରୀରେ ଜୋର୍‌ସୋର୍‌ ଚର୍ଚ୍ଚା ହୋଇଛି। ବେଆଇନ୍‌ କାମ କରିଥିବା ସମ୍ପୃକ୍ତ କ୍ୱାର୍ଟର ବାସିନ୍ଦାଙ୍କ ମନରେ ଛନକା ପଶିଥିବା ବେଳେ ବିଭାଗୀୟ ଅଧିକାରୀ ବି ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି। ନାଲ୍‌କୋ କର୍ତୃପକ୍ଷ ଘଟଣାର ତ୍ୱରିତ ତଦନ୍ତ ଆରମ୍ଭ କରିଛନ୍ତି।

କାର୍ଯ୍ୟାନୁଷ୍ଠାନ ଭୟରେ ସନ୍ଧ୍ୟା ସୁଦ୍ଧା ସମ୍ପୃକ୍ତ କ୍ୱାର୍ଟର ମାଲିକମାନେ ‘ବିଉଟି ପାର୍ଲର’ ବ୍ୟାନରଗୁଡ଼ିକୁ ଉଠାଇ ଦେଇଛନ୍ତି। ନାଲ୍‌କୋ ଇଷ୍ଟେଟ୍‌ କର୍ତୃପକ୍ଷ ନିଜର କିଛି କର୍ମଚାରୀ ଓ ସିକ୍ୟୁରିଟି ସଂସ୍ଥାର କର୍ମଚାରୀଙ୍କୁ ସମ୍ପୃକ୍ତ କ୍ୱାର୍ଟରକୁ ପଠାଇଥିଲେ। କେଉଁ ପରିସ୍ଥିତିରେ ବିଉଟି ପାର୍ଲର ସବୁ ଖୋଲିଛି ତାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଯେଉଁ ଯେଉଁ କ୍ୱାର୍ଟରରେ ଏସବୁ କାରବାର ଚାଲିଛି ତାହାର ରିପୋର୍ଟ ଦୁଇ ଦିନ ମଧ୍ୟରେ ଦେବାକୁ କର୍ମଚାରୀଙ୍କୁ କୁହାଯାଇଛି ବୋଲି ନାଲ୍‌କୋ ଇଷ୍ଟେଟ୍‌ ଦାୟିତ୍ୱ ଥିବା ମ୍ୟାନେଜର ମଣିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତଦନ୍ତ ରିପୋର୍ଟ ଆସିଲା ପରେ ସମ୍ପୃକ୍ତ କ୍ୱାର୍ଟର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ତା’ ପରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe