ସାଧୁ ବେଶରେ ଆସି ୧୦ ବର୍ଷର ବାଳକକୁ ଟେକି ନେଲେ ଅପହରଣକାରୀ

ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜୈନିକ ୧୦ ବର୍ଷର ବାଳକ ଆଜି ସକାଳେ ତାର ୨ ଜଣ ସାଙ୍ଗଙ୍କ ସହିତ ସକାଳ ୧୦ଟା ବେଳେ ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିବା ବେଳେ ତାଙ୍କର ଅପହରଣ ହୋଇଛି।

New Project (32)

କଣିହାଁ: ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜୈନିକ ୧୦ ବର୍ଷର ବାଳକ ଆଜି ସକାଳେ ତାର ୨ ଜଣ ସାଙ୍ଗଙ୍କ ସହିତ ସକାଳ ୧୦ଟା ବେଳେ ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିବା ବେଳେ ତାଙ୍କର ଅପହରଣ ହୋଇଛି। ଅପହରଣକାରୀ ଅର୍କିଳରୁ ଭାଲିଆବେଡା ଅଭିମୁଖେ ୨ ଟି କାରରେ ଆସି ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିବା ସୁମନ୍ତ ସାହୁଙ୍କ ପୁଅକୁ ହଠାତ କାରରେ ଉଠାଇ ନେଇଥିଲେ। ଉଠାଇ ନେବାବେଳେ ନାବାଳକଟି କାନ୍ଦି ଚିତ୍କାର କରିବାରୁ ସାଥୀ ପିଲା ଓ ଗ୍ରାମର ଲୋକମାନେ ଗାଡ଼ି ଦୁଇଟିକୁ ପିଛା କରିଥିଲେ। ଅପହରଣକାରୀମାନଙ୍କ କାର ଦୁଇଟି ଗାଁ ମୁଣ୍ତରେ ଥିବା ଏକ କଂକ୍ରିଟ ଜଙ୍ଗଲ ରାସ୍ତା ଦେଇ ଯାଇଥିଲା। ରାସ୍ତାଟି ଗାଁ ମୁଣ୍ଡରେ ଶେଷ ହୋଇଥିଲା। ଫଳରେ ସେମାନେ ଆଗକୁ ଆଉ ଯାଇପାରି ନଥିଲେ।  ଗାଡ଼ି ବୁଲାଇବା ପାଇଁ ଆଉ ରାସ୍ତା ନଥିବାରୁ ସେଠାରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ।

ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ୯ ଜଣ ଅପହରଣକାରୀଙ୍କୁ ଧରି ରେଙ୍ଗାଳି ପୁଲିସକୁ ଜିମା ଦେଇଥିଲେ। ଅପହରଣକାରୀମାନେ ହେଲେ ମଧ୍ୟପ୍ରଦେଶର ବାସିନ୍ଦା । ସେମାନେ ସାଧୁବେଶରେ  ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ବୁଲା ବୁଲି କରୁଥିଲେ ବୋଲି ଲୋକଙ୍କ ପକ୍ଷରୁ କୁହାଯାଇଛି। ଖବର ପାଇ ରେଙ୍ଗାଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଗାଡ଼ି ଦୁଇଟିକୁ ଜବତ କରିବା ସହ ଅପହରଣକାରୀଙ୍କୁ ଧରି ଥାନାକୁ ନେଇ ପାଚରାଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe