Vos Iz Neias
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ କନିଷ୍ଟ ମହାବିଦ୍ୟାଳୟର ଜଣେ ଠିକା ଅଧ୍ୟାପକଙ୍କର ଆଜି ଅସ୍ୱାଭାବିକ ମୃତ୍ୟୁ ହୋଇଛି। ତାଙ୍କ ନାଁ ଉମାକାନ୍ତ ସାମଲ। ବୟସ ମାତ୍ର ୨୪ବର୍ଷ। ତାଙ୍କ ଘର କଣିହାଁ ଥାନା ସାନ କାକୁଡ଼ିଆ ଗାଁରେ। ସେ କଲେଜର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଥିଲେ। ଆଜି ଭୋର ସମୟରେ ଏକ ଗଛରେ ତାଙ୍କର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Follow Us