୨୦ଭରି ସୁନା, ୩୦ଭରି ରୁପା ଚୋରି

Advertisment
୨୦ଭରି ସୁନା, ୩୦ଭରି ରୁପା ଚୋରି

Photo by : indiatimes.com

ଅନୁଗୁଳ : କିଛି ଦିନର ବ୍ୟବଧାନରେ ଅନୁଗୁଳ ସହରରେ ପୁଣି ମାତିଛନ୍ତି ଲୁଟେରା। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମୈତ୍ରୀ ନଗର ବାସିନ୍ଦା ପ୍ରମୋଦ ପ୍ରଧାନଙ୍କ ଘରେ କଳାକନା ବୁଲାଇଛନ୍ତି। ଘରେ କେହି ନ ଥିବା ବେଳେ ଝରକା ତାଡ଼ି ୨୦ଭରି ସୁନା ଗହଣା, ୩୦ଭରି ରୁପା ସହିତ ନଗଦ ୩୦ହଜାର ଟଙ୍କା ଚୋରି କରିବାରେ ସଫଳ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ ଆଜି ଅନୁଗୁଳ ଥାନା ପୁଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ ଆରମ୍ଭ କରିଛି।

ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘର ମାଲିକ ଶ୍ରୀ ପ୍ରଧାନଙ୍କ ପରିବାର ଲୋକେ ଗତକାଲି ଘରେ ନ ଥିଲେ। କୌଣସି ସୂତ୍ରରୁ ସୁରାକ ପାଇ ଦୁର୍ବୃତ୍ତମାନେ ଝରକା ତାଡ଼ି ଘରେ ପଶିଥିଲେ। ଆଲମିରାରୁ ସୁନା ଓ ରୁପା ଗହଣା ସହିତ ନଗଦ ଟଙ୍କା ଧରି ପଳାଇଥିଲେ। ରାତିରେ ପରିବାର ଲୋକେ ଘରକୁ ଫେରିବା ପରେ ଘଟଣା ପଦାକୁ ଆସିଥିଲା ବୋଲି ଅନୁଗୁଳ ଥାନା ଆଇଆଇସି ସୁକୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଥାନା ପୁଲିସ ମୈତ୍ରୀନଗରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe