ପାଲଲହଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୨୦ ଲିଟର ମହୁଲି ମଦ ଜବତ

Advertisment
ପାଲଲହଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୨୦ ଲିଟର ମହୁଲି ମଦ ଜବତ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାର ଥାନା ଆଇଆଇସି କିଶୋର କୁମାର ସାମଲ ଓ ପାଲଲହଡ଼ା ଅବକାରୀ ବିଭାଗ ମିଳିତ ଭାବେ ଚୋରା ମହୁଲି ମଦ ଉପରେ ଚଢ଼ାଉ କରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଝିମିରିପାଲି ମୁଚୁରି ଗାଡ଼ିଆ ରାସ୍ତାରେ ସେହି ଗ୍ରାମର ସୁକୁରୁ ଖାନ୍ଦୀୟା ନାମକ ଏକ ବ୍ୟକ୍ତି ସନ୍ଧ୍ୟା ବେଳେ ୨୦ ଲିଟର ଚୋରା ମହୁଲି ମଦ ବିକ୍ରି କରିବାକୁ ଯାଉଥିବା ବେଳେ ଏହି ଚଢ଼ାଉ ହୋଇଛି। ଚଢାଉ କରି ମଦ ଜବତ କରିବା ସହ ମଦ ନେଇ ଯାଉଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ରିପୋର୍ଟରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe