ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment
ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ବଅଁରପାଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତର ବସଲା ଗ୍ରାମର ସିଦ୍ଧେଶ୍ୱର ସେଠୀ( ଆଲ୍ଲା)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ସମୟରେ ସିଦ୍ଧେଶ୍ୱର(୬୫) ଘର ପାଖ ନିକଟ ନାଳକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ।

ଆଜି ସକାଳେ ଗାଁ ଲୋକେ ସିଦ୍ଧେଶ୍ୱରଙ୍କର ମୃତଦେହ ନାଳ ନିକଟରେ ପଡ଼ିଥିବାର ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହାତୀ ଆକ୍ରମଣ କରି ଗୋଡ଼ରେ ଦଳି ମାରି ଦେଇଥିବା ଜଣା ପଡ଼ିଛି। ହାତୀ ଆକ୍ରମଣରେ ଅଞ୍ଚଳରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି। ସିଦ୍ଧେଶ୍ୱରଙ୍କର ମୃତ୍ୟୁକୁ ନେଇ ପରିବାର ଓ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe