ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁରେ ଗତକାଲି ରାତିରେ କେତେକ ଯୁବକ ପିଟି ପିଟି ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ନାଲକୋ ଥାନାରେ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ରାତିରେ କାଣ୍ଡସର ଗାଁରେ ମଙ୍ଗଳା ଯାତ୍ରା ପାଇଁ ଦଣ୍ଡନୃତ୍ୟ ହେଉଥିଲା। ଏହି ସମୟରେ ଗାଁର ମାନସ ନାୟକ(୩୬ ବର୍ଷ) ନାମକ ଜଣେ ଯୁବକଙ୍କୁ କେତେକ ଯୁବକ ସାଙ୍ଗରେ ଡାକି ନେଇଥିଲେ। ପୂର୍ବ ବିବାଦରୁ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ତେବେ ଦଣ୍ଡ ନୃତ୍ୟ ସ୍ଥାନ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ମାନସ ପଡ଼ିଥିବା ଦେଖି ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଅନୁଗୁଳ: ଯୁବକଙ୍କୁ ହତ୍ୟା ଅଭିଯୋଗ
Advertisment
Follow Us