image source-Angul police
କଣିହାଁ: ଅନୁଗୁଳ ଜିଲ୍ଲାର କଣିହାଁ ଥାନା ଚିନ୍ତାମଣିପୁର ଗାଁର ପବିତ୍ର ପ୍ରଧାନ (୫୦) ଆଜି ସକାଳ ୧୧ଟା ବେଳେ ଏନଟିପିସି ଥାନା ବୁରୁବାହାଳ ଗାଁ ଟିକିରାନଦୀଘାଟରୁ ଡଙ୍ଗାରେ ନଦୀପାର ହୋଇ ତାଙ୍କ ନିଜ ଗାଁ ଚିନ୍ତାମଣିପୁରକୁ ଯିବାବେଳେ ଡଙ୍ଗାରୁ ସେ ପାଣି ଭିତରେ ଖସିପଡ଼ିଥିଲେ। ତାଙ୍କୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି। ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ଜଣାପଡ଼ିଛି।
Follow Us