ଖମାର: ଖମାର ଥାନା ବଡ଼ସଡ଼ା ପଞ୍ଚାୟତର ଖଣତାପଶି ଗ୍ରାମରେ ଜଣେ ବିବାହିତ ଯୁବକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ଖଣତାପଶି ଗ୍ରାମ ନିକଟ ଜଙ୍ଗଲକୁ ରୂପା (ଛଦ୍ମନାମ) ଛେଳି ଚଳାଇବାକୁ ଯାଇଥିଲେ। ଶ୍ୱଶୁର ଘରକୁ ଆସିଥିବା ବାରିହାମୁଣ୍ଡାର ଗୁରୁ ବଦରା (୨୦) ରୂପାକୁ ଜଙ୍ଗଲରେ ଏକୁଟିଆ ଦେଖି ତାର ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ରୂପା ପରିବାର ଲୋକଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ବାପା ଖମାର ଥାନାରେ ଅଭିଯୋଗ କରିବାରୁ ଥାନା ଅଧିକାରୀ ସନ୍ତୋଷ ମିର୍ଧା ଓ ପାଳଲହଡ଼ା ଏସ୍ଡିପିଓ ଯଶୋବନ୍ତ ସାମଲ ଅଭିଯୁକ୍ତ ଗୁରୁକୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ
Advertisment
Follow Us