ଅନୁଗୁଳ: ବାପାଙ୍କୁ ଖାଇବାକୁ ଦେବାକୁ ଯାଇଥିଲା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

Advertisment
ଅନୁଗୁଳ: ବାପାଙ୍କୁ ଖାଇବାକୁ ଦେବାକୁ ଯାଇଥିଲା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

ଅନୁଗୁଳ: ବାପାଙ୍କୁ ଖାଇବାକୁ ଦେବା ଲାଗି ଯାଇଥିବା ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଲୁଗାଁ ନିବାସୀ ସରୋଜ ମହାରାଣାଙ୍କ ୧୨ ବର୍ଷର ନାବାଳିକା ଷଷ୍ଠୀ ମହାରଣାକୁ କିଛି ଅଭିଯୁକ୍ତ ଅପହରଣ କରି ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ନାବାଳିକାର ମୃତଦେହ ଉଦ୍ଧାର କରିଛି। କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ନାବାଳିକାକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ କୁହାଯାଇପାରିବ ବୋଲି ପୁଲିସ କହିଛି।

publive-image

ନାବାଳିକା ଷଷ୍ଠୀ ମହାରଣା ଆଜି ଅପରାହ୍ନ ୨ଟାରେ କାଙ୍ଗୁଲା ଗାଁରେ ଦୋକାନ ଦେଇଥିବା ନିଜ ବାପାଙ୍କୁ ଖାଇବାକୁ ଦେବା ପାଇଁ ଯାଇଥିଲା। ସେ ବାପାଙ୍କ ନିକଟକୁ ପହଂଚିବା ପୂର୍ବରୁ ଅଭିଯୁକ୍ତମାନେ ଅପହରଣ କରି ନେଇଥିଲେ। ଏହା ପରେ ସେମାନେ ଏକ ନିଦ୍ଧିଷ୍ଟ ସ୍ଥାନକୁ ନେଇ ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ପୁଲିସ ଛାନଭିନ୍‌ ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe