New indian express
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରେ ତିନି ଦିନ ପୂର୍ବରୁ ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ପୋଡାପଡା ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ସୁଧୀର କୁମାର ସାହୁ(୪୭) ଗତ ତିନିଦିନ ପୂର୍ବରୁ ନିଖୋଜ ଥିଲେ। ଆଜି ସକାଳ ୬ଟାରେ ସୁଧୀରଙ୍କ ମୃତଦେହ ଶନି ମନ୍ଦିର ନିକଟ ପୋଲ ତଳପାଖ ଲଟାବୁଦା ମୂଳେ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ କରାଇଥିଲେ।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଧୀର ଗତ ବୁଧବାର ସନ୍ଧ୍ୟାରେ ଛେଣ୍ଡିପଦାରୁ ଏକ ଅଟୋରେ ପୋଡାପଡା ଫେରୁଥିଲେ। ଫେରିବା ବାଟରେ ଶୌଚ ପାଇଁ ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରେ ଅଟୋରୁ ଓହ୍ଲେଇ ନାଳ ଆଡକୁ ଯାଇଥିଲେ। ଘରକୁ ସନ୍ଧ୍ୟାରେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ। ତାଙ୍କର ସ୍ୱାସ୍ଥ୍ୟ ଭଲନଥିବା ବେଳେ ଶୌଚ ପାଇଁ ଯିବା ସମୟରେ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି।
Follow Us