ଅନୁଗୁଳ ପ୍ଲାଣ୍ଟ୍‌ ଗସ୍ତରେ ନାଲକୋ ସିଏମ୍‌ଡି, ଫୋକସ୍‌ରେ ଉତ୍କଳ ‘ଡି’ ଓ ‘ଇ’ କୋଲବ୍ଲକ

Advertisment
ଅନୁଗୁଳ ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନାଲକୋନଗର : ନାଲକୋର ଆଲୁମିନିୟମ୍‌ ଉତ୍ପାଦନ କ୍ଷମତା ବଢ଼ିବ । ଉତ୍କଳ ‘ଡି’ ଏବଂ ‘ଇ’ କୋଇଲା ଖଣିରୁ ଖୁବଶୀଘ୍ର କୋଇଲା ଉତ୍ପାଦନ ଆରମ୍ଭ ହେବ। ନ୍ୟାସ୍‌ନାଲ୍‌ ଆଲୁମିନିୟମ୍‌ କମ୍ପାନି(ନାଲକୋ)ର ମୁଖ୍ୟ ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ଆଜି ଦିନିକିଆ ଗସ୍ତରେ ଅନୁଗୁଳ ପ୍ଲାଣ୍ଟ୍ ପରିଦର୍ଶନ କରି ଏହା ଉପରେ ବିଶଦ ଆଲୋଚନା କରିଛନ୍ତି ।

publive-image

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଘଟିକା ସମୟରେ ଶ୍ରୀ ପାତ୍ର ନାଲ୍‌କୋ ଅତିଥି ନିବାସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର  ଦିଆଯାଇଥିଲା । ନାଲ୍‌କୋର ସମସ୍ତ ବରିଷ୍ଠ ଅଧିକାରୀ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ନାଲ୍‌କୋର ସମସ୍ତ ଶ୍ରମିକ ସଂଗଠନ, ଅଫିସର ସଂଘ, ଅନୁସୂଚିତ ଜାତି ଓ ଜନଜାତି ଶ୍ରମିକ ସଂଗଠନମାନଙ୍କ ସହ ବୈଠକରେ ଯୋଗ ଦେବା ସହ ନାଲକୋ ସିପିପି ପ୍ଲାଣ୍ଟ ଓ ସ୍ମେଲ୍‌ଟର ପ୍ଲାଣ୍ଟର ବିଶଦ ସମୀକ୍ଷା କରିଥିଲେ। ପାରିପାର୍ଶ୍ବିକ ଗ୍ରାମବାସୀଙ୍କ ବିକାଶ ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଶ୍ରୀ ପାତ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିବା‌ ଜଣାପଡ଼ିଛି। କାରଖାନାର ସମ୍ପ୍ରସାରଣ ବିଭାଗ ବୁଲି ମଧ୍ୟ ତଦାରଖ କରିଛନ୍ତି। ନାଲକୋକୁ ମିଳିଥିବା ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣିରୁ ଯଥାଶୀଘ୍ର କୋଇଲା ଉତ୍ପାଦନ ଓ ପ୍ଲାଣ୍ଟ୍‌ର ଆଲୁମିନିୟମ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ସେ ଅଧିକ ଗୁରୁତ୍ୱରୋପ  କରିଥିବା ଜଣାପଡ଼ିଛି। ବୈଠକରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର ଓ ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe