ନିଆଁ କବଳାରେ ନତଡ଼ା ଜଙ୍ଗଲ:ସଫା ହୋଇଗଲା ସବୁଜିମା

Advertisment
ନିଆଁ କବଳାରେ ନତଡ଼ା ଜଙ୍ଗଲ:ସଫା ହୋଇଗଲା ସବୁଜିମା

ଛେଣ୍ଡିପଦା: ଗତକାଲିଠାରୁ କୁହୁଳୁ ଥିଲା ଜଙ୍ଗଲ। ସବୁଜିମା ପ୍ରତି କାହାର ଦୃଷ୍ଟି ପଡ଼ିଲାନି। ଆରମ୍ଭରୁ ବନାଗ୍ନିକୁ ଆୟତ୍ତ କରିବାକୁ କେହି ମନ ବଳାଇଲେନି। ଫଳତଃ ୨୪ଘଣ୍ଟା ପରେ କୁହୁଳୁଥିବା ନିଆଁ ଆଜି ଭୟଙ୍କର ରୂପ ନେଇଛି। ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବ୍ଲକ ନତଡ଼ା ସବୁଜିମା ସଂରକ୍ଷିତ ଜଙ୍ଗଲ ହୁତ୍‌ହୁତ୍‌ ହୋଇ ଜଳୁଛି। ଚାରିଆଡ଼କୁ ଜଙ୍ଗଲ ନିଆଁ ବ୍ୟାପିବା ସହିତ ବନାଗ୍ନି ମୂଲ୍ୟବାନ ଜଙ୍ଗଲକୁ ଧୀରେ ଧୀରେ ପାଉଁଶ କରି ଚାଲିଛି।
ପ୍ରକାଶ ଯେ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁଗୁଳ ବନଖଣ୍ଡକୁ ଟଙ୍କା ଯୋଗାଇ ଦିଆଯାଇଛି। ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀ ନିର୍ଦେଶନାମା ରହିଛି। କିନ୍ତୁ ନତଡ଼ା ଜଙ୍ଗଲ ହୁତ୍‌ହୁତ୍‌ ହୋଇ ଜଳିବା ଘଟଣାରୁ ସରକାରୀ ବନାଗ୍ନି ନିୟନ୍ତ୍ରଣ ଯୋଜନା କେତେଦୂର କାର୍ଯ୍ୟକ୍ଷମ ହୋଇଛି ତାହା ଜଣାପଡ଼ୁଛି। ଏ ସମ୍ପର୍କରେ ସୂଚନା ପାଇ ବିଭାଗୀୟ ଫରେଷ୍ଟ ଗାର୍ଡ ଗତିକୃଷ୍ଣ ବେହେରା ଆଜି ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ନିଆଁ ଏତେ ବ୍ୟାପକ ଥିଲା ଯେ ସେ ଏକୁଟିଆ ତାକୁ ଆୟତ୍ତ କରି ପାରିନଥିଲେ। ସେହିପରି ନୂଆଗିରା, ମହିତଇଳା ଓ ରଙ୍ଗମାଟିଆ ଆଦି ଜଙ୍ଗଲ ଅବସ୍ଥା ମଧ୍ୟ ଅନୁରୂପ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe