ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତି ମୃତ

ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତି ମୃତ

image source-angul police

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା ସାନ ଜରଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ, ଦୁଖବନ୍ଧୁ ସାହୁ (୯୫) ଏବଂ ପଂଚାଳି ସାହୁ(୮୮)। ଗତକାଲି ରାତିରେ ଶୋଇଥିଲେ। ଆଜି ସକାଳୁ ଦେଖିଲା ବେଳକୁ ଘର ଭିତରେ ଉଭୟ ମରି ଶୋଇଥିଲେ। ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ, ତେବେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe