ଜାତୀୟ ରାଜପଥ ପାର ହେଉଥିଲେ ବୃଦ୍ଧ: ଧକ୍କା ହେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

Advertisment
ଜାତୀୟ ରାଜପଥ ପାର ହେଉଥିଲେ ବୃଦ୍ଧ: ଧକ୍କା ହେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ବଡ଼କେରା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ,କଞ୍ଜରା ଗାଁର ୬୦ ବର୍ଷୀୟ ବୃଦ୍ଧ ସବିତ ପ୍ରଧାନ  ଭୋର ସାଢ଼େ ଚାରିଟାରେ ସାଇକେଲ ଯୋଗେ ୫୫ନମ୍ବର ଜାତୀୟ ରାଜପଥ ରାସ୍ତା ଦେଇ ବାରଚୁଆ ନାଳକୁ ଶୌଚ ହେବାପାଇଁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ସବିତଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଦୀର୍ଘ ଦୁଇଘଣ୍ଟା ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଜରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ପରେ ସେମାନେ ରାସ୍ତା ଅବରୋଧରୁ ହଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe