ପର୍ଜଙ୍ଗ : ପୋଖରୀରେ ବୁଡ଼ିଗଲେ ବୃଦ୍ଧ

ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖଣ୍ଡୁଆଳ ମୁଣ୍ଡା ଗାଁରେ ଆଜି ଅଘଟଣ ଘଟିଛି। ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗାଁର ଶରତ ଦେହୁରୀ(୫୭) ପାଣିରେ ବୁଡି ପ୍ରାଣ ହରାଇଛନ୍ତି।

ଆଜି ଭୋର ସମୟରେ ଏହି ଘଟଣା ଘଟିଥିଲା । ଘର ପଛ ପାଖ ପୋଖରୀକୁ ସେ ଶୌଚ ପାଇଁ ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ପୋଖରୀ କୂଳରେ ତାଙ୍କର ଚପଲ ଥିବା ଦେଖିବାକୁ ମିଳିଥିଲା । ପର୍ଜଙ୍ଗ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ପାଣିରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି । ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଡାକ୍ତରଖାନାକୁ ଶବ ପଠା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe