ଅନୁଗୁଳ: ଜାତୀୟ ରାଜପଥ ନମ୍ବର-୫୫ର ବଅଁରପାଳ ଥାନା ସମ୍ମୁଖରେ ରବିବାର ଏକ ଟ୍ରକ (ଓଡି୦୯ସି୯୦୭୫) ମାଡ଼ି ଯିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତ୍ତିପୁର ଗ୍ରାମର କୈବଲ୍ୟ ସାହୁ(୬୫) ରାସ୍ତା ଅତିକ୍ରମ କରୁଥିବା ବେଳେ, ଟ୍ରକ ମାଡ଼ି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ସେମାନେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ହମ୍ପସ୍ ନିର୍ମାଣ କରିବାକୁ ଦାବି କରିଥିଲେ। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।
ଟ୍ରକ ମାଡ଼ିଯିବାରୁ ବୃଦ୍ଧ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ, କ୍ଷତି ପୂରଣ ଦାବି
Advertisment
Follow Us