ତାଳଚେର: ତାଳଚେର ଥାନା ଅମଲାପଡ଼ା ଅଞ୍ଚଳର ପ୍ରଫୁଲ୍ଲ ରାଉତଙ୍କ ଧର୍ମପତ୍ନୀ ମାଳତି ରାଉତ (୭୨) ଆଜି ଅପରାହ୍ଣରୁ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାଳତିଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ କିଛି ଦିନ ହେଲା ସେ ଅଶାନ୍ତିରେ ଥିଲେ। ଆଜି ଅପରାହ୍ଣରେ ଘରୁ ବାହାରି ଯାଇଥିଲେ। ସଂଧ୍ୟା ସୁଦ୍ଧା ନଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ। ମାଳତି ବ୍ରାହ୍ମଣୀ ନଦୀ ଆଡ଼କୁ ଯାଉଥିବା କେତେକ ଲୋକ ପ୍ରକାଶ କରିବାରୁ ଦମକଳ ବାହିନୀ ନଦୀରେ ତଲାସିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଏ ସଂପର୍କରେ ଥାନାରେ ରିପୋର୍ଟ କରାଯାଇନଥିଲା।
ବୃଦ୍ଧା ନିଖୋଜ
Advertisment
Follow Us