ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀଛୁଆ ମୃତ

Advertisment
ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀଛୁଆ ମୃତ

DownToEarth

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀଛୁଆ ମୃତ୍ୟୁବରଣ କରିଛି। କିଛିଦିନ ହେଲା ଅସୁସ୍ଥ ହୋଇଥିଲେ ମଧ୍ୟ ବନ ବିଭାଗ ତାର ଚିକିତ୍ସା କରିନଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ଏକ ମାଇ ହାତୀ ଛୁଆ ଅସୁସ୍ଥ ହୋଇ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ତେବେ ହାତୀଛୁଆର ଚିକିତ୍ସା ପାଇଁ ବନ ବିଭାଗ ସେଭଳି କିଛି ପଦକ୍ଷେପ ଗ୍ରହଣ କରିନଥିଲା।

ଫଳରେ ଆଜି ପମ୍ପାସର ବନାଞ୍ଚଳ ନୂଆପଡା ଗ୍ରାମ ନିକଟରେ ହାତୀ ଛୁଆର ମରଶରୀର ପଡିଥିବା ଦେଖିବାକୁ ମିଳିଥିଲା। ହାତୀ ଛୁଆର ବୟସ ୭ ବର୍ଷ ହେବ ଏବଂ ତାକୁ ଟ୍ରାକ କରାଯାଇପାରିନଥିଲା ବୋଲି ସାତକୋଶିଆ ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe