ଅନୁଗୁଳ ବିଧାନସଭା କ୍ଷେତ୍ର: ସାନ ସିଂହଙ୍କ ପାଇଁ ବଡ଼ ପରୀକ୍ଷା, ପ୍ରଭାବ ଦେଖାଇବା ଲକ୍ଷ୍ୟରେ ପ୍ରତାପ

Advertisment
ବରଗଡ଼: ଦିନେ ପରେ ସରିବ ପ୍ରଚାର, ଅନ୍ଧାରୀ ବିଜେ ପାଇଁ ଛକାପଞ୍ଝା

DNA India

ଅନୁଗୁଳ : ଚଳିତ ପଞ୍ଚାୟତ ନିର୍ବାଚନ ଅନୁଗୁଳର ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହଙ୍କ ପାଇଁ ବଡ଼ ପରୀକ୍ଷା। ତାଙ୍କରି ନେତୃତ୍ବରେ ଏଥର ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଜୁନିଅର(ସାନ) ସିଂହଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ପରିଚାଳନା ହୋଇଥିବାରୁ ତାଙ୍କୁ ସବୁଆଡ଼ୁ ଘେରିବାକୁ ବିଜେପି ଯୋଜନା କରୁଛି। ଏପଟେ କଂଗ୍ରେସ ବି ଓଲଟପାଲଟ କରିବାକୁ ମୌକା ଅପେକ୍ଷାରେ ରହିଛି।
ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ଏଥିରେ ଅନୁଗୁଳ ବ୍ଲକର ୨, ୩ ଓ ୪ ନମ୍ବର ଜୋନ୍ ରହିଛି। ଏହାସହିତ ବଅଁରପାଳ ବ୍ଲକର ୨୭ ଓ ୨୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନ ଅନୁଗୁଳ ବିଧାନସଭା କ୍ଷେତ୍ରରେ ଆସୁଛି। ଏହି ୫ଟି ଯାକ ଜିଲ୍ଲା ପରିଷଦ ଆସନ ଗତଥର ବିଜେଡି ଖାତାରେ ଥିଲା। ଯଦିଓ ଏକାଧିକ ଆସନରେ ବିଜେପି କଡ଼ା ମୁକାବିଲା କରିଥିଲା, କିନ୍ତୁ ଗୋଟିଏ ହେଲେ ବି ଆସନ ହାତେଇ ପାରି ନ ଥିଲା। ସବୁଠି କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲାବେଳେ ବଅଁରପାଳ ବ୍ଳକର ଉଭୟ ଆସନରେ ଦଳର ପ୍ରଦର୍ଶନ ଅତି ଖରାପ ଥିଲା। ଏଥର ସଂରକ୍ଷଣ ସ୍ଥିତି ବଦଳିବା ସହ ବଦଳିଛନ୍ତି ପ୍ରାର୍ଥୀ। ୩ ପ୍ରମୁଖ ଦଳ ସେମାନଙ୍କର ନୂଆ ଚେହେରା ସହ ନିର୍ବାଚନକୁ ଓହ୍ଲାଇଛନ୍ତି। ଏହା ସହ ବଦଳିଛନ୍ତି ବିଜେଡି ଓ ବିଜେପିର ସେନାପତି।

ଶାସକ ବିଜେଡି ଏଥର ଅରୁଣାଭ ସିଂହଙ୍କ ନେତୃତ୍ବରେ ଏହି ନିର୍ବାଚନ ଲଢୁଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ଥିବାରୁ ସେ ସିଧାସଳଖ ନିର୍ବାଚନ ପରିଚାଳନାରେ ସାମିଲ ହୋଇପାରୁ ନାହାନ୍ତି। ଫଳରେ ଜୁନିଅର ସିଂହଙ୍କ ଉପରେ ବଡ଼ ଦାୟିତ୍ବ ରହିଛି। ଟିକେଟ ବଣ୍ଟନଠାରୁ ଆରମ୍ଭ କରି ସଂଗଠନ ସଜାଡ଼ିବା ପର୍ଯ୍ୟନ୍ତ ଅରୁଣାଭ ସବୁ କିଛି ବୁଝାବୁଝି କରୁଛନ୍ତି। ୨୦୧୯ ନିର୍ବାଚନ ପରଠାରୁ ସେ ଅନୁଗୁଳ ନିର୍ବାଚନମଣ୍ଡଳୀର ଦାୟିତ୍ବ ନେଇଥିଲେ ମଧ୍ୟ ଏବେ ଅସଲ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ଆଗକୁ ସେ ବିଧାୟକ ଟିକେଟ ପାଇଁ ଆଶାୟୀ ଥିବାରୁ ଏହା ତାଙ୍କ କ୍ୟାରିୟର ପାଇଁ ଯଥେଷ୍ଟ ଗୁରୁତ୍ବ ରଖୁଥିବା କୁହାଯାଉଛି। ହେଲେ ବିଜେପି ତାଙ୍କୁ ସହଜରେ ବାଟ ଛାଡ଼ିବା ମୁଡରେ ନାହିଁ। ଗତ ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ଏଥର ବିଜେପିର ମଙ୍ଗ ସମ୍ଭାଳିଛନ୍ତି। ଏହି ପୂର୍ବତନ ଡିସିସି ସଭାପତିଙ୍କର ଅନୁଗୁଳ ରାଜନୀତିରେ ପୁରୁଣା ଅଭିଜ୍ଞତା ଥିବାରୁ ସେ ବିଜେପି ସଂଗଠନକୁ ହାତରେ ରଖିବା ସହ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ ଲାଗି ପଡ଼ିଛନ୍ତି। ଏପଟେ କିଛି ଦିନ ତଳେ ବିଜେଡିର ଜିଲ୍ଲା ସଂପାଦକ ଦୁର୍ଗାଚରଣ ପ୍ରଧାନ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ପୁଣି ଦଳ ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି। ତେଣୁ ସେ ବିଜେଡିକୁ ପାନେ ଦେବା ପାଇଁ ସୁଯୋଗ ଅପେକ୍ଷା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe