ବନ୍ତଳା: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମର ବିଷାକ୍ତ ମଦ ମୃତ୍ୟୁ ମାମଲା ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଘଟଣାରେ ଗାଁର ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଆଜି ଆଉ ତିନି ଜଣ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି।
ସେମାନେ ହେଲେ ବସନ୍ତ ଦେହୁରୀ(୪୪), ରୋହନ ପଧାନ(୨୨) ଓ ସୁଶାନ୍ତ ଦେହୁରୀ(୩୪)। ସେମାନଙ୍କୁ ଆଜି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନୁଗୁଳ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଘଟଣାର ତଦନ୍ତ ପାଇଁ ଆଜି ଜିଲ୍ଲା ଅବକାରୀ ବିଭାଗ ଓ ପୁରୁଣାକୋଟ ପୁଲିସ ବର୍ତ୍ତମାନ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Follow Us