ଟିଟିପିଏସ ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ

ଟିଟିପିଏସ ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ

କଣିହାଁ: ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସକାଳ ୬ଟା ଠାରୁ କଣିହାଁ ଏନଟିପିସି ମୁଖ୍ୟଦ୍ୱାର ସମ୍ମୁଖରେ କମିଟିର ସଦସ୍ୟମାନେ ବସି ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ଏନଟିପିସି ପ୍ଲାଣ୍ଟକୁ ଶ୍ରମିକମାନେ କାମ କରିବା ପାଇଁ ଯାତାୟାତ କରିବାରେ ଅସୁବିଧା ହୋଇଛି।

ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ କମିଟିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କଣିହାଁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଆଜି ଏହି ଅର୍ଥନୈତିକ ଆନ୍ଦୋଳନରେ ସାମିଲ ହୋଇଥିଲେ କଣିହାଁ ବ୍ଲକ ବିଜେଡି ମିଡିଆ ସେଲର ସଂଯୋଜକ ନିର୍ମଳ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ଧଳ, ପୂର୍ବତନ ସରପଞ୍ଚ ସୁନୀଲ ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ପ୍ରଦୀପ କୁମାର ସାହୁ , ବିଶିକେଶନ ମହାନ୍ତି, ସରପଞ୍ଚ ନିଶାକର ବିଶ୍ୱାଳ, ପୂର୍ବତନ ସରପଞ୍ଚ ନିଶାକର ପ୍ରଧାନ, ଯୁବନେତା ରଞ୍ଜନ ସାହୁ, ତପନ ପ୍ରଧାନ, ହୃଷିକେଶ ସାହୁ, ସ୍ମୃତି ରଞ୍ଜନ ପାଣି ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe