ଏନଟିପିସି କଣିହାଁ କ୍ଷତିଗ୍ରସ୍ତଙ୍କ ବିଭିନ୍ନ ସମସ୍ୟା ଦାବି ପୂରଣ ପାଇଁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Advertisment
ଏନଟିପିସି କଣିହାଁ କ୍ଷତିଗ୍ରସ୍ତଙ୍କ ବିଭିନ୍ନ ସମସ୍ୟା ଦାବି ପୂରଣ ପାଇଁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଟିପିସି କଣିହାଁ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତଙ୍କ ବିଭିନ୍ନ ସମସ୍ୟା ତଥା ୧୦ ଦଫା ଦାବି ପୂରଣ ନେଇ ଆଜି ସକାଳ ସାଢେ ୫ଟାରୁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଏନଟିପିସି ପ୍ଲାଣ୍ଟର ମୁଖ୍ୟ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି। ଫଳରେ ଏନଟିପିସି ପ୍ଲାଣ୍ଟ ଭିତରେ କାମ କରୁଥିବା ଶ୍ରମିକ, କର୍ମଚାରୀମାନେ ଯାତାୟାତ କରିବାରେ ବାଧାପ୍ରାପ୍ତ ହୋଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଅନୁଗୁଳ ଜିଲ୍ଲା ପୁଲିସ ପ୍ରଶାସନ ଓ ଏନଟିପିସି ସିଆଇଏସଏଫ ଯବାନମାନେ ମୁତୟନ ହୋଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ପରିବାରର ୧୭ ଜଣ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏନଟିପିସି କଣିହାଁ ପ୍ଲାଣ୍ଟରେ ନିଯୁକ୍ତି ଦେବା, ଏନଟିପିସିର ଏମଜିଆର ଠାରୁ ସାଢ଼େ ୩ କିଲୋମିଟର ରେଳ ଲାଇନ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ କରିବା, ପ୍ଲାଣ୍ଟରେ କାମ କରୁଥିବା ଠିକା ଶ୍ରମିକମାନକୁ କଣ୍ଟିଜେନସିର ମାନ୍ୟତାକୁ ପ୍ରତ୍ୟାହାର କରି ରେଗୁଲାର ମେଣ୍ଟନାନ୍ସ ନିଯୁକ୍ତି , ଏସଏପି ଓ ଏଲଏପି ପରିବାର ନିଯୁକ୍ତି ପାଇଁ ପୂର୍ବରୁ ଅର୍ଥରାଶି ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ମେଣ୍ଟନାନ୍ସରେ ନିଯୁକ୍ତି ପ୍ରଦାନ କରିବା, କଣ୍ଟ୍ରାକ୍ଟଚୁଆଲ ମେଣ୍ଟନାନ୍ସକୁ ପ୍ରତ୍ୟାହାର କରି ସମୟ ସୀମା ମଧ୍ୟରେ ସେମାନଙ୍କୁ ପଦୋନ୍ନତି ଦେବା, ଠିକାଶ୍ରମିକମାନଙ୍କୁ ଇଏସଆଇ ଚିକିତ୍ସା ନିମନ୍ତେ ଏନଟିପିସି ଡାକ୍ତରଖାନା ପରିସରରେ ଏକ ଇଏସଆଇ ଡିସ୍ପେନସରୀ ଖୋଲାଯିବା, ଶ୍ରମିକମାନଙ୍କ ଆଲାଉନ୍ସକୁ ବୃଦ୍ଧି କରାଯାଇ ଏଚପିସି ରେଟ ପ୍ରଦାନ କରାଯିବା, ଏନଟିପିସି ପ୍ଲାଣ୍ଟ ଠାରୁ ୧୩ କିଲୋମିଟର ପରିଧି ମଧ୍ୟରେ ଥିବା ଲୋକଙ୍କ ନିମନ୍ତେ ଏନଟିପିସି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ କରୁଥିବା ଖର୍ଚ୍ଚର ୭୦ ପ୍ରତିଶତ ଅର୍ଥକୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନରେ ଖର୍ଚ୍ଚ କରାଯିବ, ପାଉଁଶ ପୋଖରୀରେ ଜମି ହରାଇଥିବା ପ୍ରଜା ଓ ପାଉଁଶ ପାଣିରେ ଚାଷୀଙ୍କ ଫସଲ ନଷ୍ଟ ହେବା ଓ ତାର କ୍ଷତିପୂରଣ ପ୍ରଦାନ ଓ ଟିକିରା ନଦୀରେ ପାଉଁଶ ପାଣି ଛାଡିବା ବନ୍ଦକରିବା ଓ ଏନଟିପିସି ପ୍ଲାଣ୍ଟ ଠାରୁ ୧୩ କିଲୋମିଟର ବ୍ୟାସର୍ଦ୍ଧ ମଧ୍ୟରେ ରହୁଥିବା ଲୋକଙ୍କୁ ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଶକ୍ତି ଯୋଗାଇ ଦେବା ଦାବିରେ ଆଜି ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀ ଧର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ଜଣାପଡ଼ିଛି।

ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ସମେତ ଅନ୍ୟାନ୍ୟ ସରପଞ୍ଚ, ସମିତି ସଭ୍ୟ, ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ଦାବି ଗୁଡିକ ପୂରଣ ନହେବା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe