ମୈଦଲପୁର: ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ, ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ପାପଡାହାଣ୍ଡି ଅବକାରୀ ଥାନା ଅଧିକାରୀ ସମୀର କୁମାର ସ୍ୱାଇଁଙ୍କ ନେତୃତ୍ୱରେ, ମୈଦଲପୁର ଥାନା ଅର୍ନ୍ତଗତ ଗାଦବାକତରା ଗ୍ରାମ ନିକଟ ନାଳକୁ ତଲାସ କରିବାରୁ ୨୫୦୦ ଲିଟର ପୋଚ ଓ ୨୪୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରାଯାଇ କେସ ନଂ ୧୧୧/୨୫ ମାମଲା ରୁଜୁ କରିଛନ୍ତି ।
ଆହୁରି ପଢନ୍ତୁ- Kashmir: କଶ୍ମୀର ଘାଟିରେ ୩୦-୩୫ ଆତଙ୍କବାଦୀ ସକ୍ରିୟ, ସେନାର ସର୍ଚ୍ଚ ଅପରେସନ ଆରମ୍ଭ
ଗୁଟିଗୁଡା ଗ୍ରାମରେ ଚଢ଼ାଉ କରି ୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି । ଏହି ପ୍ରକାରେ ସେମଳା ଗ୍ରାମରେ ଚଢ଼ାଉ କରି ୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି । ଏହି ଚଢାଉରେ ରିସମା ସୁନା, ଆକ୍ରମ ଖାନ, ଉତ୍ତମ କୁମାର ମହାକୁଡ଼ ଓ ପ୍ରସାଦ ବଳବନ୍ତରାୟ ସହଯୋଗ କରି ଥିଲେ।
ଆହୁରି ପଢନ୍ତୁ- Jajpur: ସୁକିନ୍ଦା ରେଞ୍ଜରେ ପକ୍ଷୀ ମଡ଼କ ! ମରିପଡ଼ିଛନ୍ତି ଏକାଧିକ ବିଦେଶାଗତ ପକ୍ଷୀ, ବାର୍ଡ ଫ୍ଲୁ ଆଶଙ୍କା...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/27/maidalpur-2025-12-27-20-49-50.jpeg)