ବଅଁରପାଳ : ଅନୁଗୁଳ ଜିଲ୍ଲାର ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଅଁରପାଳର ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଯାଇଅଛି। ମୁଖ୍ୟଅତିଥି ଭାବେ ପରିଚାଳନା ସମିତିର ସଭାପତି ସତ୍ୟବାନ୍ ବରାହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ୍ କରିଥିଲେ । ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଅକ୍ଷୟ କୁମାର ସେନାପତି, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ସାମଲ ମଞ୍ଚାସିନ ଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରକଳ୍ପ, ପ୍ରଶ୍ନମଞ୍ଚ,ପତ୍ରବାଚନ, ମୂର୍ତ୍ତୀକଳା , ଗଣିତ ବିଜ୍ଞାନ ପ୍ରୟୋଗ, କାର୍ଯ୍ୟକ୍ରମରେ ୧୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।
ବିଚାରକ ଭାବରେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବିଜୟ କୁମାର ଧିର, ପାଞ୍ଚଗଡ ସୋମନାଥ ସିଂହ ଜଗଦେବ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ସତ୍ୟବ୍ରତ ସାହୁ, ଅଧ୍ୟାପିକା ସାଗରିକା ବରାଳ ଯୋଗ ଦେଇଥିଲେ l ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ କାର୍ତ୍ତିକେଶ୍ୱର ସାହୁ ଓ ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Follow Us