ପର୍ଜଙ୍ଗ : ଦୋକାନ ସହ ଜଳି ଗଲା ଚାରି ବଖରା, ୮ଲକ୍ଷର ଜିନିଷ ପାଉଁଶ

Advertisment
ପର୍ଜଙ୍ଗ : ଦୋକାନ ସହ ଜଳି ଗଲା ଚାରି ବଖରା, ୮ଲକ୍ଷର ଜିନିଷ ପାଉଁଶ

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି। ଘଟଣାରେ ଏକ ତେଜରାତି ଦୋକାନ ସହ ଚାରି ବଖରା ଘର ଜଳି ଯାଇଛି। ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ଏହି ଦୋକାନଟି  ହେମନ୍ତ ରାଉତଙ୍କର ବୋଲି ଜଣାପଡ଼ିଛି । ସେ ପଦ୍ମନାଭ ବିଶ୍ବାଳଙ୍କ ଘରେ ଦୋକାନ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ ଦୋକାନ ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଘର ମାଲିକଙ୍କ ଆଉ ତିନି ବଖରା ଘର ବି ଜାଳି ଯାଇଥିଲା। ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ରେ ଶ୍ରୀ ରାଉତଙ୍କ ର ନଗଦ ୭୨ହଜାର ଟଙ୍କା ସହ ପ୍ରାୟ ୮ଲକ୍ଷ ଟଙ୍କାର ଜିନିଷ ପୋଡ଼ି ଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଘର ମାଲିକଙ୍କର ଟିଭି ସହିତ ବହୁ ଆସବାବପତ୍ର ନଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe