ଜଙ୍ଗଲ ରାସ୍ତାରେ ମହିଳାଙ୍କ ଠାରୁ ଗହଣା ଲୁଟ୍ ଉଦ୍ୟମ

Advertisment

ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଗ୍ରାମବାସୀ

ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଗ୍ରାମବାସୀ

ଜଙ୍ଗଲ ରାସ୍ତାରେ ମହିଳାଙ୍କ ଠାରୁ ଗହଣା ଲୁଟ୍ ଉଦ୍ୟମ

ଛେଣ୍ଡିପଦା/ବଇଣ୍ଡା: ଛେଣ୍ଡିପଦା ଥାନା ଅନ୍ତର୍ଗତ କିସିଣ୍ଡା- ଗୁଳାସର ଜଙ୍ଗଲ ରାସ୍ତାରେ ଆଜି ଜଣେ ମହିଳାଙ୍କ କାନ ଫୁଲ ଜଣେ ଯୁବକ ଛିଣ୍ଡାଇ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ କେତେକ ଯୁବକ ତାକୁ ଧରିି ପୁଲିସ ଜିମା ଦେଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଦିନ ୧୧ଟାରେ କିସିଣ୍ଡା ଗ୍ରାମର ସାହିବାଣୀ ପ୍ରଧାନ(୪୫) ତାଙ୍କ ମା’ ସହିତ ଚାଲିଚାଲି କାଂଶବାଂଶ ଜଳସେଚନ ପ୍ରକଳ୍ପ ଆଡକୁ ଯାଉଥିଲେ। ଯିବା ବାଟରେ ଜଙ୍ଗଲ ରାସ୍ତାରେ ଜଣେ ଯୁବକ ସାହିବାଣୀଙ୍କ ଦୁଇ କାନରୁ କାନଫୁଲ ଛିଣ୍ଡାଇ ନେଇଥିଲା। ଏହି ସମୟରେ କିସିଣ୍ଡା-ଗୋଳାସର ରାସ୍ତା ଦେଇ ବାଇକ୍‌ରେ ଫେରୁଥିବା ଗୋଳାସର ଗ୍ରାମର କେତେକ ଯୁବକ ସଂପୃକ୍ତ ଯୁବକକୁ କାବୁ କରି ନେଇଥିଲେ। ପରେ ସେମାନେ ଯୁବକକୁ ଗୋଳାସର ଗାଁ’କୁ ନେଇ ଆସିଥିଲେ। ଖବର ପାଇ ଛେଣ୍ଡିପଦା ପୁଲିସ ସେଠାରେ ପହଞ୍ଚି ସଂପୃକ୍ତ ଯୁବକକୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତର ନାମ ଭ୍ରମରବର ନାଏକ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe