ନାବାଳିକାକୁ ଗଣଦୁଷ୍କର୍ମ

ନାବାଳିକାକୁ ଗଣଦୁଷ୍କର୍ମ

Photo by : akanchasrivastava.com

ଛେଣ୍ଡିପଦା : ଜରପଡ଼ା ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାର ବାପା ଗତକାଲି ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗତ ଗୁରୁବାର ରାତି ପ୍ରାୟ ୯ଟାବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଜଣକ ପରିସ୍ରା କରିବାକୁ ଘର ବାହାରକୁ ଯାଇଥିଲେ। ସେଠାରେ ଛପିଥିବା ୪ଜଣ ଯୁବକ ଜରପଡ଼ା ଥାନା ନାଉପଦା ଗାଁର ବିନୟ ବେହେରା(୨୭), ଅମୁଲି ସାହୁ(୨୬), ଶରଣ ସାହୁ(୩୭) ଓ ଜଣେ ଅଚିହ୍ନା ଯୁବକ ଝିଅକୁ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକା ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ଜଣେ ଯୁବକଙ୍କ ହାତକୁ କାମୁଡ଼ି ଦେଇଥିଲେ ବି ଦୁର୍ବୃତ୍ତମାନେ ଛାଡ଼ି ନଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe