ଟ୍ରାକ୍ଟର ଚାଳକଙ୍କ ମୃତଦେହ ଉଦ୍ଧାର: ଥାନାରେ ୫ ଅଟକ

ଟ୍ରାକ୍ଟର ଚାଳକଙ୍କ ମୃତଦେହ ଉଦ୍ଧାର: ଥାନାରେ ୫ ଅଟକ

angulpolice.nic.in

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଖଜିରିଆମୁଣ୍ତା ଗାଁରୁ ସନ୍ଦେହଜନକ ଅବସ୍ଥାରେ ପୁଲିସ ଜଣେ ଟ୍ରାକ୍ଟର ଚାଳକଙ୍କ ମୃତଦେହ ଉଦ୍ଧାର କରିଛି। ଚାଳକଜଣଙ୍କ ଘଡ଼ ଗ୍ରାମର ଦୀପକ ଦେହୁରୀ(୨୨)। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ୫ଜଣ ଅଟକ ରଖି ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଖଜୁରିଆମୁଣ୍ଡା ଗ୍ରାମର ସୁନୀଲ ପ୍ରଧାନଙ୍କ ଟ୍ରାକ୍ଟର ଚାଳକ ଭାବେ ଦୀପକ କାମ କରୁଥିଲେ। ଗତକାଲି ଦିନ ବେଳା ଖଜୁରିଆମୁଣ୍ଡା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଟ୍ରାକ୍ଟର ଚାଳକ ଓ ଶ୍ରମିକମାନେ ମିଶି ଭୋଜି କରୁଥିଲେ। ଖାଇବାପରେ ଦୀପକ ବସିଥିବା ଅବସ୍ଥାରେ ଟଳି ପଡ଼ିଥିଲେ ବୋଲି ଭୋଜିରେ ଥିବା ଶ୍ରମିକମାନେ କହୁଛନ୍ତି। ଗତକାଲି ରାତି ୧୧ ଟାରେ ଖବରପାଇ ଛେଣ୍ଡିପଦା ପୁଲିସ ଦୀପକଙ୍କର ମୃତଦେହ ଜବତ କରି ସାଥୀରେ ଭୋଜି କରୁଥିବା ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe