ଅନୁଗୁଳ: ବିନା ହେଲମେଟ୍ରେ ଦୁଇ ଚକିଆ ଗାଡ଼ି ଚଳାଇଲେ ଏଣିକି ୩ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଜି ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏସ୍ଡିପିଓ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏ ସଂପର୍କରେ ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ଅବଗତ କରାଯାଇଛି। ତାଳଚେର ସହର ମଧ୍ୟରେ ଦ୍ରୁତ ଗତିରେ କାର୍ ପ୍ରଭୃତି ଚାରିଚକିଆ ଯାନ ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବିନା ହେଲମେଟ୍ରେ ଗାଡ଼ି ଚଳାଇଲେ ଜରିମାନା
Advertisment
Follow Us