dead body Photograph: (sambad.in)
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଲଙ୍ଗୁଳିଆବେଡା ଗ୍ରାମର କାଳନ୍ଦୀ ବିଶୋଇଙ୍କ ସ୍ତ୍ରୀ ସରସ୍ୱତୀ ବିଶୋଇ ଙ୍କୁ (୩୩) ଗତକାଲି ଶୋଇଥିବା ବେଳେ ଏକ ବିଶଧର ସାପ କାମୁଡି ଥିଲା l ପରିବାର ଲୋକ ଦେଖି ରାତିରେ ତାଙ୍କୁ ଉଠେଇ ଥିବା ବେଳେ ସରସ୍ୱତୀ ଉଠି ନଥିଲେ। ଘର ଲୋକ ସାପ କାମୁଡିଥିବା କ୍ଷତ ଚିନ୍ନ ଦେଖି ତାଙ୍କୁ ତୁରନ୍ତ ଗତକାଲି ରାତି ୧୧ ଟା ସମୟରେ ଅନୁଗୋଳ ମୁଖ୍ୟ ଚିକତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ l ଡାକ୍ତର ତାଙ୍କୁ ଦେଖି ସରସ୍ୱତୀଙ୍କୁ ମୃତ ଘୋଷଣା କରିଥିଲେ l
ଆଜି ସକାଳେ ସରସ୍ୱତୀଙ୍କ ଶବକୁ ବ୍ୟବଚ୍ଛେଦ କରି ଘରକୁ ଅଣା ଯାଇଥିଲା l ଆଜି ଲଙ୍ଗୁଳିଆବେଡା ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା l ଏନେଇ ବଅଁରପାଳ ଥାନା ଏସ ଆଇ ମନୋଜ କୁମାର ମିଶ୍ର ଏକ ଅପମୁର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l
Follow Us