ଛେଣ୍ଡିପଦାରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

Advertisment
ଛେଣ୍ଡିପଦାରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

symbolic photo

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ ଶୌଚ ପାଇଁ ଘର ପାଖ ଆମ୍ବତୋଟାକୁ ଯାଇଥିଲେ। ସେଠାରେ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ। ପ୍ରାଣ ବିକଳରେ ଜୀବନ ରକ୍ଷା କରିବାକୁ ସମସ୍ତେ ଦୌଡ଼ି ପଳେଇବା ସମୟରେ ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତାହାତୀ ହାଡିବନ୍ଧୁ ଦେହୁରୀଙ୍କ ପତ୍ନୀ ଶୈଳବାଳା(୫୫)ଙ୍କୁ ଗୋଡେଇ କଚାଡି ମାରିଥିଲା। ଘଟଣାସ୍ଥଳରେ ଶୈଳବାଳାଙ୍କ ମୃତ୍ୟୁ ଘଟିଛି।

ହାତୀପଲରେ ୧୯ ଟି ହାତୀ ଥିବାବେଳେ ଦଳରୁ ଭାଗ ହୋଇ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିଥିଲେ। ଭୟରେ ଗୁହାଳରେ ଥିବା ଗୋରୁ ରଡି ଛାଡିଥିବା ବେଳେ ଗ୍ରାମବାସୀ ପ୍ରାଣବିକଳରେ ଏଣେ ତେଣେ ଜୀବନ ରକ୍ଷାପାଇଁ ଦୌଡ଼ି ପଳେଇ ଥିଲେ। ହାତୀ ସ୍କ୍ୱାର୍ଡ ହାତୀ ଘଉଡେଇବା ପାଇଁ ଉଦ୍ୟମ କରିଥିଲେ। ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ହାତୀ ପଲ ମାସ ମାସ ଧରି ରହୁଥିବାରୁ ଗ୍ରାମରେ ଦୀର୍ଘ ଦିନ ଧରି ହାତୀ ଆତଙ୍କ ଦେଖାଯିବା ସହ ଫସଲ ନଷ୍ଟ ହେଉଛି। ଏହାକୁ ନେଇ ସ୍ଥାନୀୟ ୧୦ଟି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe