ଅନୁପ ସାଏଙ୍କୁ ପୁଣି ଥରେ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ପୁଲିସ, ସୋମବାର ଶୁଣାଣି କରିବେ କୋର୍ଟ

କଳ୍ପନାଙ୍କ ଭାଉଜ ଓ ଅନୁପଙ୍କ ପୁଅଙ୍କୁ ନୋଟିସ୍‌ ଜାରି

ଅନୁପ ସାଏଙ୍କୁ ପୁଣି ଥରେ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ପୁଲିସ, ସୋମବାର ଶୁଣାଣି କରିବେ କୋର୍ଟ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ୩ ଦିନିଆର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ଶେଷ ହେବା ପରେ ଛତିଶଗଡ଼ ରାଜ୍ୟର ଚକ୍ରଧରନଗର ପୁଲିସ ଅନୁପଙ୍କୁ ରାୟଗଡ଼ କୋର୍ଟରେ ଆଜି ହାଜର କରିଥିଲା।

ଅନୁପ ସାଏଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। ସେହିପରି ସାଏଙ୍କ  ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଆବେଦନ ହୋଇଥିବା ଜଣାଯାଇଛି। ରାୟଗଡ଼ କୋର୍ଟ ଆଗାମୀ ସୋମବାର ଦିନ ମାମଲାର ଶୁଣାଣି କରିବେ।

publive-image

ରିମାଣ୍ଡ ଆବେଦନ  ନେଇ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଛନ୍ତି, ଅନୁପ ସାଏ ଓ ତାଙ୍କ ଡ୍ରାଇଭର ତଦନ୍ତରେ ସହଯୋଗ କରୁ ନାହାନ୍ତି। ରିମାଣ୍ଡ ସମୟରେ ମା’-ଝିଅଙ୍କ ହତ୍ୟାକାଣ୍ଡ ନେଇ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। କିନ୍ତୁ ଅନୁପ ସେଇ ପୁରୁଣା କାହାଣୀ ଶୁଣାଇଛନ୍ତି ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପଟରେ ଛତିଶଗଡ଼ ପୁଲିସ ଆଜି ଝାରସୁଗୁଡ଼ାରେ ପହଞ୍ଚିଛି। ହତ୍ୟାକାଣ୍ଡର ପୂର୍ବଦିନ କଳ୍ପନା ଦାଶ ଓ ବବ୍‌ଲି ରହିଥିବା ହୋଟେଲ ‘ମେଘଦୂତ’ରୁ ପୁଲିସ ରେଜିଷ୍ଟର ଜବତ କରିଛି। ହୋଟେଲର ମାଲିକ ଅଭିଷେକ ଲାଠ୍‌ ଏହି ସୂଚନା ଦେଇଛନ୍ତି। ସେହିପରି ରାଜପୁରରେ ରହୁଥିବା କଳ୍ପନା ଦାଶଙ୍କ ଭାଇ ଓ ଭାଉଜ ଏବଂ ବଘରାଛକରେ ରହୁଥିବା ଭାଉଜଙ୍କୁ ଛତିଶଗଡ଼ ପୁଲିସ ନୋଟିସ ଜାରି କରିଛି। ଅନୁପଙ୍କ ପୁଅଙ୍କୁ ମଧ୍ୟ ପୁଲିସ ପକ୍ଷରୁ ନୋଟିସ୍‌ ହୋଇଥବା ଜଣାଯାଇଛି। ପୁଲିସ ନୋଟିସ୍‌ ଜାରି କରି ରବିବାର ଚକ୍ରଧରନଗର ଥାନାରେ ହାଜର ହେବାକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe