ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟର ଚକ୍ରଧରନଗର ପୁଲିସ ପୁଣି ଥରେ ଦିନିକିଆ ରିମାଣ୍ଡରେ ନେଇଛି। ଅନୁପଙ୍କୁ ଦ୍ୱିତୀୟ ଥର ୩ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ରାୟଗଡ଼ ସିଜେଏମ୍ କୋର୍ଟରେ ଆବେଦନ କରିଥିଲା। ରିମାଣ୍ଡ ଶେଷ ହେବା ପରେ ପୁଲିସ ଅନୁପଙ୍କୁ ବୁଧବାର ଅପରାହ୍ନ ୪ଟାରେ ପୁଣି ହାଜର କରିବ। କୋର୍ଟ ନାର୍କୋ ଟେଷ୍ଟ ଲାଗି ବୁଧବାର ଶୁଣାଣି କରିବେ। ଅଭିଯୁକ୍ତ ଅନୁପ ସାଏ ଯଦି ରାଜି ହୁଅନ୍ତି, ତାହେଲେ ନାର୍କୋ ଟେଷ୍ଟ ଲାଗି ଶୁଣାଣି ହେବ।
/sambad/media/post_attachments/wp-content/uploads/2020/02/JSG1.jpg)
ସୂଚନାଯୋଗ୍ୟ, ଛତିଶଗଡ଼ର ଚକ୍ରଧରନଗର ପୁଲିସ ଅନୁପଙ୍କୁ ପୂର୍ବରୁ ଗତ ୧୯ ତାରିଖରେ ୩ ଦିନିଆ ରିମାଣ୍ଡ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଶେଷ ହେବା ପରେ ୨୨ ତାରିଖରେ କୋର୍ଟରେ ହାଜର କରାଯାଇଥିଲା। ଅନୁପଙ୍କୁ ପ୍ରଥମ ଥର ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ରାୟଗଡ଼ ଏସ୍ପି ସନ୍ତୋଷ ସିଂହ କହିଥିଲେ, ଅନୁପ ସାଏ ଓ ତାଙ୍କ ଡ୍ରାଇଭର ତଦନ୍ତରେ ସହଯୋଗ କରୁ ନାହାନ୍ତି। ରିମାଣ୍ଡ ସମୟରେ ମା’-ଝିଅଙ୍କ ହତ୍ୟାକାଣ୍ଡ ନେଇ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି। କିନ୍ତୁ ଅନୁପ ପୁଲିସକୁ ସହଯୋଗ କରୁ ନାହାନ୍ତି। ଅନୁପ ସେଇ ପୁରୁଣା କାହାଣୀ ଶୁଣାଇଛନ୍ତି ବୋଲି ଏସ୍ପି କହିଥିଲେ।
Follow Us