ରାସ୍ତାଉପରେ ଗାତ, ଦୁର୍ଘଟଣାକୁ କଳା ପତାକା ଭରସା

ରାସ୍ତାଉପରେ ଗାତ, ଦୁର୍ଘଟଣାକୁ କଳା ପତାକା ଭରସା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାଉପରେ ଏକ ଗାତ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଏଠାରେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟଣା ଘଟିବାର ସମ୍ଭାବନା ଦେଖାଦେଇଛି।

ସୂଚନା ପ୍ରକରେ ବର୍ଷା ଦିନ ଆସିଲେ ରାସ୍ତା ଉଚ୍ଚରେ ଥିବା ଯୋଗୁଁ କୁସୁମୀ ଗ୍ରାମରେ ବର୍ଷା ପାଣି ଜମି ରହୁଥିଲା। ରାସ୍ତାକଡ଼ରେ ଥିବା ଘର ଓ ଦୋକାନ ଭିତରେ ବର୍ଷା ପାଣି ପ୍ରବେଶ କରୁଥିଲା। ଏପରିକି ଝରିଗାଁ ଦମକଳ ଗାଡିର ବ୍ୟବହାର କରି ପାଣି ନିଷ୍କାସନ କରିବା ପାଇଁ ପଡୁଥିଲା। ଶେଷରେ ପ୍ରଶାସନ ପକ୍ଷରୁ ବର୍ଷା ପାଣି ନିଷ୍କାସନ ପାଇଁ ପ୍ରାୟ ଦୁଇ ବର୍ଷ ତଳେ ରାସ୍ତାଉପରେ ହୋମ ପାଇପ ଦେଇ ଥିଲେ।ଫଳରେ ବର୍ଷା ପାଣି ହୋମ ପାଇପ ଦେଇ ନିଷ୍କାସନ ହେଉଥିଲା।

ତେବେ ଗତ ତିନି ମାସ ତଳେ ରାସ୍ତା ଉପରେ ପଡିଥିବା ହୋମ ପାଇପ ଭାଙ୍ଗି ଯାଇ ଛୋଟ ଗାତ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସେହି ଗାତ ଧୀରେଧୀରେ ବଢ଼ିବା ଲାଗିଛି। ଏହି ରାସ୍ତା ଦେଇ ଶହଶହ ଛୋଟ ବଡ଼ ଓ ଭାରି ଯାନ ଯାତାୟାତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ସୃଷ୍ଟି ହୋଇଥିବା ଗାତରେ ଗୋଟିଏ କଳା ପତାକା ଲଗାଯାଇଛି। ସେହି ପତାକା ପ୍ରଶାସନ ପକ୍ଷରୁ ଲଗାଯାଇଛି ନା ଗ୍ରାମବାସୀ ଲଗାଇ ଛନ୍ତି ଜଣାପଡିନାହିଁ।

ତେବେ ବର୍ତ୍ତମାନ ସ୍ଥିତିରେ ଦୁର୍ଘଟଣା ରୋକିବା ପାଇଁ କଳା ପତାକା ଭରସା। ଏହି ରାସ୍ତା ଦେଇ ଜନ ପ୍ରତିନିଧି ସହ ଜିଲ୍ଲା ଅଧିକାରୀ ଓ ଜନସାଧାରଣ ଯାତାୟାତ କରୁଛନ୍ତି।କିନ୍ତୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। କୌଣସି ଦୁର୍ଘଟଣା ହେବା ପୂର୍ବରୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe