ଚଣ୍ଡିଖୋଲ ଥାନା ଅଧିକାରୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

ତାଙ୍କ ବିରୋଧରେ ଅଛି ଜାମିନ ବିହୀନ ଗିରଫ ପରୱାନା

ଚଣ୍ଡିଖୋଲ ଥାନା ଅଧିକାରୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

Kalinga TV

ଯାଜପୁର: ଚଣ୍ଡିଖୋଲ ଜେଏମ୍‌ଏଫସି କୋର୍ଟରେ ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ଚଣ୍ଡିଖୋଲ ଟ୍ରାଫିକ ଥାନା ଆଇଆଇସି ହୃଦାନନ୍ଦ ବେହେରାଙ୍କ ନାମରେ ରୁଜୁ କରିଥିବା ମାମଲା ପୁଣି ଚର୍ଚ୍ଚାରେ। ଆଇଆଇସି ଶ୍ରୀ ବେହେରା କୋର୍ଟର ସମନ ଗ୍ରହଣ କରିବା ପରେ କୋର୍ଟରେ ହାଜର ନହେବା ଯୋଗୁଁ ତାଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ସେ ଏହି ମାମଲାର ବୈଧତାକୁ ନେଇ ମାନ୍ୟବର ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଖାରଜ କରିବାକୁ ଆବେଦନ କରିଥିଲେ।

ଦୁଇ ଦିନ ପୂର୍ବେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧର ଟ୍ରାଫିକ୍‌ ଥାନାଧିକାରୀଙ୍କ ଆବେଦନକୁ ଖାରଜ କରି ମାମଲା ବିଚାରାଧୀନ ଥିବା କୋର୍ଟରେ ମତ ରଖିବାକୁ ଆଦେଶ ଦେଇଛନ୍ତି। ଏହାସହ ପୂର୍ବରୁ ଚଣ୍ଡିଖୋଲ କୋର୍ଟର ମାମଲା ଉପରେ ହାଇକୋର୍ଟ ଦେଇଥିବା ଅନ୍ତରୀଣ ରହିତାଦେଶକୁ ମଧ୍ୟ ଉଠାଇ ଦେଇଛନ୍ତି। ଫଳରେ ସେ ଅଡୁଆରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe