କାଳବୈଶାଖୀରେ ସେଓ ବଗିଚା ଉଜୁଡ଼ିଲା; ତଦାରଖ କଲେ କୃଷି ଅଧିକାରୀ

କାଳବୈଶାଖୀରେ ସେଓ ବଗିଚା ଉଜୁଡ଼ିଲା; ତଦାରଖ କଲେ କୃଷି ଅଧିକାରୀ

କୋରେଇ: କାଳବୈଶାଖୀ ଝଡ଼ତୋଫାନ ପ୍ରଭାବରେ କୋରେଇ ବ୍ଲକ୍ ବନ୍ଦାଳୋ ପଞ୍ଚାୟତର ଉଦ୍ୟାନ ଚାଷୀ ରବୀନ୍ଦ୍ର ନାୟକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। କାଳବୈଶାଖୀରେ ପ୍ରଭାବରେ ତାଙ୍କ ବାଡ଼ିରେ ଥିବା ୬୦ରୁ ଊର୍ଦ୍ଧ୍ବ ସେଓ ଗଛ ନଷ୍ଟ ହୋଇଛି। ଏହା ସହିତ ପିଜୁଳି, ଆମ୍ବଗଛ ମଧ୍ୟ ନଷ୍ଟ ହୋଇଛି।

ଖବର ପାଇ କୋରେଇ ବ୍ଲକ୍ କୃଷି ଅଧିକାରୀ କବିତା ବେହେରା ତାଙ୍କ ବିଗିଚାକୁ ଯାଇ କ୍ଷତିଗ୍ରସ୍ତ ଫସଲର ତଦାରଖ କରିଥିଲେ। କ୍ଷତିପୂରଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି। ରବୀନ୍ଦ୍ରଙ୍କୁ କୃଷି ବିଭାଗ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ବନ୍ଦାଳୋ ସରପଞ୍ଚ ବିଷ୍ଣୁଚରଣ ରଥଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe