ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Advertisment
ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ରାୟଗଡା: ରାୟଗଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସଂଘର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ପୂରଣ ନେଇ ଏକ ଦାବି ପତ୍ର ଜିଲ୍ଲାପାଳ ସ୍ୱଧାଦେବ ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଦାବିପତ୍ରରେ ରହିଥିବା ଦାବିଗୁଡିକ ମଧ୍ୟରୁ ସାମ୍ବାଦିକମାନଙ୍କ ପାଇଁ ଉଦ୍ଧିଷ୍ଟ ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ଯୋଜନାରେ ହିତାଧାକାରୀମାନଙ୍କ ପିତା ମାତାଙ୍କୁ ବୀମାଭୁକ୍ତ କରିବା, ରାଜ୍ୟରେ ତୁରନ୍ତ ଏକ ପ୍ରେସ ଏକାଡେମୀ ଗଠନ କରିବା ଏବଂ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ୍ୟ ସାମ୍ବାଦିକମାନଙ୍କୁ ଅବସର ପରେ ଭତ୍ତା ନେଇ ପ୍ରଦାନ କରିବା ଭଳି ବହୁ ଦାବି ଉଲ୍ଲେଖ ରହିଛି।ଓଡିଶାର ୩୦ ଗୋଟି ଜିଲ୍ଲରୁ ଏଭଳି ଦାବିପତ୍ର ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟସଭାପତି ବିଭୁତି ଭୂଷଣ କର ନିର୍ଦ୍ଦେଶ କ୍ରମେ ଦିଆଯାଇଥିବା ବେଳେ ରାୟଗଡାରୁ ମଧ୍ୟ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଦାସଙ୍କ ସମେତ ରଶ୍ମିରଂଜନ ଦୋରା, ରାଜୀବ ଲୋଚନ ପଣ୍ଡା, ଆଶିଷ ପଣ୍ଡା, କ୍ରିଷ୍ଣା ମୂର୍ତ୍ତି, ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe