୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ ତାରାକାଜ ଛକ ନିକଟରେ ଦୁର୍ବୃତ୍ତଙ୍କୁ କାବୁ କଲା ପିପିଲି ପୁଲିସ

Advertisment
୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ ତାରାକାଜ ଛକ ନିକଟରେ ଦୁର୍ବୃତ୍ତଙ୍କୁ କାବୁ କଲା ପିପିଲି ପୁଲିସ

Sambad English

ପିପିଲି: ୫୦ଲକ୍ଷ ଟଙ୍କା ଜବତ କଲା ପିପିଲି ପୁଲିସ। ୨ଜଣ ଦୁର୍ବୃତ୍ତ ୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ ତାରାକାଜ ଛକ ନିକଟରେ ଦୁହିଁଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଛି ପୁଲିସ। ଗିରଫ ଦୁଇଜଣ ଅଭିଯୁକ୍ତ ବଳଙ୍ଗା ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ୨ଜଣ ଅଭିଯୁକ୍ତ ନୀଳ ରଙ୍ଗର ପଲସର ନେଇ ଆସୁଥିବା ବେଳେ ଦୁହିଁଙ୍କୁ ପିପିଲି ଟୋଲଗେଟରେ ଅଟକିବାକୁ କହିଥିଲା ପୁଲିସ। କିନ୍ତୁ ଦୁହେଁ ଟୋଲଗେଟରେ ନଅଟକି ଦ୍ରୁତ ବେଗରେ ଗାଡ଼ି ନେଇ ଆଗକୁ ଚାଲିଯାଇଥିଲେ। ଏହା ଦେଖି ପୁଲିସ ଦୁହିଁଙ୍କ ପିଛା କରି ତାରାକାଜ ଛକ ନିକଟରେ ଦୁହିଁଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ପରେ ଏବେ ପିପିଲି ପୁଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe