ଘୁମୁସର ଉଦୟଗିରି ଏନ୍‌ଏସିରେ ଅର୍ପଣ ରଥ ପରିକ୍ରମା

ଘୁମୁସର ଉଦୟଗିରି ଏନ୍‌ଏସିରେ ଅର୍ପଣ ରଥ ପରିକ୍ରମା

ଘୁ.ଉଦୟଗିରି: ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରରେ ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ‘ପରିକ୍ରମା ପ୍ରକଳ୍ପ’ ର ଉଦଘାଟନ ଉତ୍ସବ ନିମନ୍ତେ  ମୁଠାଏ ଚାଉଳ ଗୋଟିଏ ଗୁଆ ଅର୍ପଣ ପାଇଁ ଏକ ଅର୍ପଣ ରଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗତ ୮ ତାରିଖରୁ ପରିଷଦର ସମସ୍ତ ୱାର୍ଡ଼ରେ ପରିକ୍ରମା କରାଯାଇଥିଲା। ସମସ୍ତ ୱାର୍ଡରେ ଅର୍ପଣ ରଥ ପରିକ୍ରମା ରେ ସଂଗୃହୀତ ‘ମୁଠେ ଚାଉଳ ଓ ଗୋଟିଏ ଗୁଆ’ ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ଉଦେଶ୍ୟରେ ପଠାଯିବ।

ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଉକ୍ତ ଅର୍ପଣ ରଥକୁ ପରିକ୍ରମାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ,ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର, ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ଯୋଜନା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ମୁକେଶ ରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ସୁନ୍ଦରା ସୋରେନ, କନିଷ୍ଠ ସହାୟକ ପ୍ରଦୀପ କୁମାର ଶତପଥୀ, ଗଣେଶ ଜେନା, ଏନଏସି କର୍ମଚାରୀ ସହ ନଦିଆ କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅର୍ପଣ ରଥକୁ ନୀତି କାନ୍ତି ଅନୁସାରେ ଧୂପ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜା ଅର୍ଚ୍ଚନା କରି ପ୍ରଥମେ ଜଗନ୍ନାଥ ମନ୍ଦିର ତାପରେ ୱାର୍ଡ ନମ୍ବର-୧ ଠାରୁ ଆରମ୍ଭ କରି ଆଜି ୱାର୍ଡ଼ ୧୨ ଓ ୧୩ ରେ ପହଁଞ୍ଚିବା ପରେ କନବାଗିରି ଶହ ଶହ ସଂଖ୍ଯାରେ ମହିଳା ଓ ପୁରୁଷ ଗ୍ରାମବାସୀଙ୍କ ତରଫରୁ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ଭବ୍ୟ  ସ୍ଵାଗତ କରାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ସାରା ଅଞ୍ଚଳ। ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତାଙ୍କ ସହ କାଉନସିଲର ଓ ଗ୍ରାମବାସୀ ଭାବପୂର୍ଣ୍ଣ ଭବ୍ୟ ନଦିଆ କୀର୍ତ୍ତନ ସହ ନାଚ ଗୀତ କରି  ଅର୍ପଣ ରଥର ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ପ୍ରତ୍ୟେକ ଘରୁ "ମୁଠେ ଚାଉଳ, ଗୋଟିଏ ଗୁଆ"  ସଂଗ୍ରହ କରାଯାଇଥିଲା। ସୂଚନା ଅନୁସାରେ ସମସ୍ତ ୱାର୍ଡ଼ ବାସିନ୍ଦାଙ୍କ ତରଫରୁ ଅର୍ପଣ ରଥ ପରିକ୍ରମାରେ ସଂଗୃହିତ ଗୁଆ ଚାଉଳ କୁ ପ୍ରଶାସନ ତରଫରୁ ଜଗନ୍ନାଥ ଧାମ ପୁରୀ କୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe