ଲାଞ୍ଚ ନେଇ ଧରାପଡ଼ିଲେ, ୫୦ ହଜାର ଲାଞ୍ଚ ନେଇ ଏସ୍‌ଆଇ ଅଟକ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

କଟକ/ଜଗତସିଂହପୁର ଟାଉନ୍: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନାର ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକ। ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏପରି ମୋଟା ଅଙ୍କର ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ କେସ୍‌ ନଂ୧/୨୧ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ଶ୍ରୀ ଗଡ଼ନାୟକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଭିଜିଲାନ୍ସର ଏକ ଟିମ୍ ଜଗତସିଂହପୁର ଥାନାକୁ ଆସି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି।

ଏକ ଯୌତୁକ ମାମଲାରେ ଗଡନାୟକ ପୂର୍ବରୁ ଲକ୍ଷାଧିକ ଟଙ୍କା ନେଇ ବିବାଦରେ ଥିଲେ। ପ୍ରିତମ୍‌ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଏହି ଲାଞ୍ଚ ଦାବି ସଂକ୍ରାନ୍ତରେ ଅଭିଯୋଗ କଲା ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍‌ ରାସାୟନିକ ପ୍ରଲେପ ଦିଆ ୫୦ ହଜାର ଟଙ୍କା ଦେଇ ପ୍ରତିମ୍‌ଙ୍କୁ କନ୍ଦରପୁର ପଠାଇଥିଲେ। କନ୍ଦରପୁର ନିକଟରେ ଭିଜିଲାନ୍ସ ଟିମ୍ ଡେରା ପକାଇଥିବା ବେଳେ ରାତି ପ୍ରାୟ ୮ଟା ବେଳେ ଏସ୍‌ଆଇ ଗଡ଼ନାୟକ ଏହି ଟଙ୍କା ନେଇଥିଲେ। ଠିକ୍‌ ସେତିକି ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା।

ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଏସ୍‌ଭିଏମ୍ କଲେଜ ପଡ଼ିଆରୁ ତିନି ଜଣଙ୍କୁ ବନ୍ଧୁକ ସହ ଧରିଥିଲା ଜଗତସିଂହପୁର ପୋଲିସ। ସେମାନଙ୍କ ପାଖରୁ ଦୁଇଟି ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଗୋଟିଏ ବନ୍ଧୁକ ଚୋରା ଥିବାବେଳେ ଅନ୍ୟ ବନ୍ଧୁକ ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକଙ୍କର ଥିବା ଜଣାପଡ଼ିଥିଲା। କିନ୍ତୁ ସେତେବେଳେ ବନ୍ଧୁକ ହଜି ଯାଇଥିବା ଦର୍ଶାଇ ସେ ମାମଲାରୁ ବର୍ତି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe