ମାତା ପାର୍ବତୀଙ୍କ ଶ୍ବଶୁରାଳୟ ଆଗମନ

Advertisment
ମାତା ପାର୍ବତୀଙ୍କ ଶ୍ବଶୁରାଳୟ ଆଗମନ

ବରପାଲି: ଶୀତଳଷଷ୍ଠୀ ଯାତ୍ରା ପାଇଁ ବରପାଲି ସହର ଉତ୍ସବମୁଖର ହୋଇଉଠିଛି। ଦେବଦମ୍ପତିଙ୍କ ବିବାହ ସଂପନ୍ନ ପରେ ଆଜି ମାତା ପାର୍ବତୀଙ୍କ ଶ୍ବଶୁରାଳୟ ଆଗମନ ଶୋଭ଼ାଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳ ୭ଟାରେ ଶ୍ରୀ ଶ୍ରୀ ନଟରାଜ ଶିବଙ୍କ ଶତଆରତୀ ଓ ପୂଜା କରାଯାଇଥିଲା। ପରେ ସର୍ବସାଧାରଣ ଓ ଯାତ୍ରା କମିଟି ଦ୍ବାରା ହାକାରା ଭାର ଶୋଭାଯାତ୍ରା ହିମାଦ୍ରୀ ନଗରରେ ପହଂଚିଥିଲା। ଅପରାହ୍ନ ୫ଟା ସମୟରୁ ମାତା ପାର୍ବତୀଙ୍କ ଶ୍ବଶୁରାଳୟ ଆଗମନ ପାଇଁ ଶୋଭାଯାତ୍ରା ବାହାରିଥିଲା। ‌ଶୋଭାଯାତ୍ରାରେ ଭଟଲି କୁଇଶିରାର ଘଣ୍ଟ ବାଦ୍ୟ, ନୂଆଗଡ଼ର ଦଣ୍ଡନୃତ୍ୟ, ଭଟଲିର କୃଷ୍ଣଗୁରୁ, ଯାଜପୁର ମହିଳା ଦଳ ପକ୍ଷରୁ ଲଉଡ଼ି ଖେଳ, ଢେଙ୍କାନାଳର ମେଢ଼ ନୃତ୍ୟ, ଗଂଜାମର ଗୋଟିପୁଅ ସହ ଘୁମୁରା ନାଚ, ଦୁଲଦୁଲି ବାଜା, ଡିଜେ ବାଜା, ବ୍ୟାଣ୍ତ୍‌ ବାଜା ସାମିଲ ଥିଲେ।

ଶୋଭାଯାତ୍ରା ତହସିଲଛକ ହିମାଦୀନଗରଠାରୁ ବାହାରି ଶ୍ୟାମା ଛକ, ହସ୍‌ପିଟାଲ ଛକ, ବଜାରପଡ଼ା, ଗୁଡ଼ିଆପଡ଼ା, ମଧ୍ୟପଡ଼ା, କୁଷ୍ଟାପଡ଼ା, ତେଲିପଡ଼ା ଦେଇ ନୃପରାଜ କ୍ଲବ୍ ଭଣ୍ତାରଗୃହଠାରେ ରାତି ୧୦ଟାରେ ପହଂଚିଥିଲା। ପରେ ରାଜବାଟୀ ସମ୍ମୁଖରେ ଭକ୍ତବୃନ୍ଦ ସହସ୍ର ଆଳତି ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୁଣି ବିଳମ୍ବିତ ରାତିରୁ ଭଣ୍ତାର ଗୃହ ସମ୍ମୁଖରୁ ପ୍ରତ୍ୟାବର୍ତ୍ତନ (ଲମ୍ବାନୀ) ଶୋଭାଯାତ୍ରା ଆରମ୍ଭ ହୋଇ ଶୁକ୍ରବାର ସକାଳ ୭ଟା ସମୟରେ ଗଙ୍ଗାଧର ସ୍ମୃତିଭବନ ସମ୍ମୁଖରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାତିରେ ତାରକାସୁର ଦିଗବିଜୟ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଶିବବିବାହ ମହୋତ୍ସବ ଦର୍ଶନାର୍ଥେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe